ପୋଖରୀରେ ବୁଡି ଅବସରପ୍ରାପ୍ତ ସୈନିକଙ୍କ ସଲିଳ ସମାଧି
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଧାତା ବ୍ଳକର ବାଢ଼ିବା ଟାଙ୍ଗରା ଗ୍ରାମର ଅବସରପ୍ରାପ୍ତ ସୈନିକ କୁନାରାମ ମାରାଣ୍ଡି(୫୦) ଆଜି ଅପରାହ୍ନ ୩ଟା ପାଖାପାଖି ସମୟରେ ଶୌଚ କରିବାକୁ ଯାଇ ପୋଖରୀରେ ବୁଡି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ କୁନାରାମ ଶୌଚ କରିବାକୁ ଯାଇ ଘରକୁ ଫେରି ନ ଥିଲେ ।ପରେ ଗାଁ ଲୋକ ଗାଧୋଇବାକୁ ଯାଇ ପୋଖରୀରେ ଭାସୁଥିବା କୁନାରାମକୁ ଦେଖି ଉଦ୍ଧାର କରିଥିଲେ । ସେତେବେଳକୁ କୁନାରାମର ପ୍ରାଣବାୟୁ ଉଡି ଯାଇଥିଲା । ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସକୁ ଖବର ଦେଇଥିଲେ ।ପରେ ରାଇରଙ୍ଗପୁର ହସ୍ପିଟାଲକୁ ଆଣିଥିଲେ ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ଅପମୃତ୍ୟୁ ମାମଲା କେଶ ନଂ ୭/୨୧ ରୁଜୁ କରି ତଦନ୍ତ କରୁଛି । ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ ।


