ପ୍ରଧାନଶିକ୍ଷକ ପଦନ୍ନୋତିରେ ଚଞ୍ଚକତା;ବରିଷ୍ଠ ଶିକ୍ଷକଙ୍କୁ ଉପେକ୍ଷାନେଇ ଉଦବେଗ  

 ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ରାଜ୍ୟସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗତ ସପ୍ତାହରେ ହାଇସ୍କୁଲ ମାନଙ୍କରେ ପ୍ରଧାନ ଶିକ୍ଷକ ପଦନ୍ନୋତି ନେଇ ବିଜ୍ଞପ୍ତି ପ୍ରକାଶ କରାଯିବା ସହ ବରିଷ୍ଠତା ଭିତ୍ତିରେ କ୍ୟାଡ଼ର ରୁଲ ଅନୁସାରେ ବରିଷ୍ଠ ଶିକ୍ଷକ ମାନଙ୍କୁ ପ୍ରଧାନଶିକ୍ଷକ ଭାବେ ପଦନ୍ନୋତି ଦିଆଯାଇଥିଲା | ତେବେ ଭୂତ ଶିକ୍ଷକଙ୍କୁ ପଦନ୍ନୋତି ହୋଇଥିବା ନେଇ ଅଦ୍ୟାବଧି ତୁମ୍ବିତୋଫାନ ଥମିନଥିବା ବେଳେ ପ୍ରଧାନଶିକ୍ଷକ ପଦନ୍ନୋତି ରେ ଘୋର ଅନିୟମିତତା ଦେଖାଯିବା ସହ ସ୍କୁଲ ଓ ଗଣଶିକ୍ଷାବିଭାଗ ବରିଷ୍ଠତାର ସମସ୍ତ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି !ବରିଷ୍ଠତାକୁ ଜଳାଞ୍ଜଳି ଦେଇ କନିଷ୍ଠଙ୍କୁ ପଦନ୍ନୋତି ଯୋଗୁଁ ବଞ୍ଚିତ ବରିଷ୍ଠ  ଶିକ୍ଷକ ମାନେ ଅଭିଯୋଗ କରିବାସହ ଉଦବେଗ ପ୍ରକାଶ କରିଛନ୍ତି |
ପ୍ରଧାନ ଶିକ୍ଷକ ପଦନ୍ନୋତିରେ ବିଇଡ଼ି ଉତ୍ତୀର୍ଣ ବର୍ଷକୁ ମାପଦଣ୍ଡ ପାଇଁ ପ୍ରାବଧାନ ଥିଲେ ମଧ୍ୟ ଏଥିରେ ଘୋର ଚଞ୍ଚକତା କରାଯାଇଥିବା ଶିକ୍ଷକ ମାନେ ପ୍ରକାଶ କରିଛନ୍ତି |ସାନଖେମୁଣ୍ଡି ବ୍ଲକ ସିଙ୍ଗିପୁର ସ୍ଥିତ ସରକାରୀ ପଞ୍ଚାୟତ ଉଚ୍ଚବିଦ୍ୟାଳୟରେ ଦୀର୍ଘ ୩୦ ବର୍ଷ ଧରି ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦାୟିତ୍ୱରେ ଥିବା ଦେବେନ୍ଦ୍ର ନାଥ  ମିଶ୍ର ପ୍ରଧାନଶିକ୍ଷକ  ପଦନ୍ନୋତିରୁ ବଞ୍ଚିତ ହୋଇଥିବା ବେଳେ ତାଙ୍କ ସ୍ଥାନରେ ତାଙ୍କ ଠାରୁ  କନିଷ୍ଠ ସନ୍ତୋଷକୁମାର ପଟନାୟକଙ୍କୁ ପଦନ୍ନୋତି ଦିଆଯାଇଛି |ଶ୍ରୀ ମିଶ୍ର ୧୯୮୩ରେ ବି ଇ ଡ଼ି ଉତ୍ତୀର୍ଣ ହୋଇ ୧୯୮୭ ରୁ ଶିକ୍ଷକତାରେ ଯୋଗ ଦେବା ସହ ୩୦ ବର୍ଷ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟକରିଥିବାବେଳେ ଶ୍ରୀ ପଟନାୟକ ୧୯୯୦ ରେ ବି ଇ ଡ଼ି ଉତ୍ତୀର୍ଣ ହୋଇଛନ୍ତି | ପଦନ୍ନୋତିରୁ ବଞ୍ଚିତଙ୍କ ବି ଇ ଡ଼ି ଉତ୍ତୀର୍ଣ ବର୍ଷକୁ ବିଭାଗ ଜାଲିଆତିକରି ୧୯୯୩ ଦର୍ଶାଇଥିବା ମିଶ୍ର ଅଭିଯୋଗ କରିଛନ୍ତି | ଦିଗପହଣ୍ଡି ବ୍ଲକ ଵମକେଇ ହାଇସ୍କୁଲର ଅରୁଣ କୁମାର ମହାପାତ୍ର ମଧ୍ୟ ପଦନ୍ନୋତିରୁ ବଞ୍ଚିତ ହୋଇଥିବା ବେଳେ ତାଙ୍କ ଠାରୁ କନିଷ୍ଠ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପାଢ଼ୀ  ପ୍ରଧାନଶିକ୍ଷକ ଭାବେ ପଦନ୍ନୋତି ପାଇଥିବା ଅଭିଯୋଗ କରିଛନ୍ତି  | ପଦନ୍ନୋତିର ମାର୍ଗଦର୍ଶିକା ଅନୁସାରେ ବଞ୍ଚିତ ଶିକ୍ଷକ  ମିଶ୍ରଙ୍କ କହିବା ହେଲା ଯେ ସେ ପଦନ୍ନୋତି ତାଲିକାର ପ୍ରଥମ ରୁ କୋଡିଏ ମଧ୍ୟରେ ରହିବା କଥା ଓ ବି ଇ ଓ କ୍ୟାଡର ରେ ରହିଥାନ୍ତେ ବିଡ଼ମ୍ବନା ଯେ ବିଭାଗର ଅନିୟମିତତା ଓ ଚଞ୍ଚକତାର ଶିକାର ହେଲି | ସେଭଳି ପୁରୁଷୋତ୍ତମପୁର ବ୍ଲକ  କଳମ୍ବ ହାଇସ୍କୁଲରେ ମଧ୍ୟ ଏଥିରେ ଶିକ୍ଷକ ମାନେ ଶିକାର ହୋଇଛନ୍ତି ଏହି ସ୍କୁଲର କୌଣସି ଶିକ୍ଷକ ପଦନ୍ନୋରି ପାଇନଥିବା ଜଣାଯାଇଛି | ବିଭାଗୀୟ ଅଣଦେଖା ଯୋଗୁଁ  ପଦନ୍ନୋତିରୁ ବଞ୍ଚିତ ବରିଷ୍ଠ ଶିକ୍ଷକ ମାନେ ତୀବ୍ର ପ୍ରତିବାଦ କରିବା ସହ  ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ. ସ୍କୁଲ ଗଣ ଶିକ୍ଷା ସଚିବ ଜିଲ୍ଲା ଶିକ୍ଷାଧିକାରୀ ଓଷ୍ଟା ସଙ୍ଘ ନେତୃତ୍ୱ ଙ୍କୁ ଜଣାଇଥିବା ସହ   ଅବିଚାର ର ତଦନ୍ତ କରି ତୁରନ୍ତ ସେମାନଙ୍କୁ ପଦନ୍ନୋତି ନ ଦେଲେ ଆଇନର ଆଶ୍ରୟ ନେବେ ବୋଲି ପ୍ରକାଶ କରିଛନ୍ତି |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ