ଫନି ବାତ୍ୟାରେ କ୍ଷତି ଗ୍ରସ୍ତ ମୁଗ ଚାଷିଙ୍କୁ ସହାୟତା ପ୍ରଦାନରେ ଅନିୟମିତତା ପ୍ରତିବାଦରେ ଗଣଧାରଣା

ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକରେ ଗତ ଫନି ବାତ୍ୟାରେ ମୁଗ ଚାଷି ମାନଙ୍କୁ ସହୟତା ପ୍ରଦାନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ପ୍ରତିବାଦ କରି ନାଉଗାଁ ବ୍ଳକ ସମ୍ମୁଖରେ ମଙ୍ଗଳବାର ଗଣଧାରଣା ଅନୁଷ୍ଠିତ ହେବା ସହ ଉକ୍ତ ଅନିୟମିତତାର ସଠିକ ତଦନ୍ତ କରାଯାଇ ଆଇନାନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ବିଡିଓ ରଶ୍ମିରେଖା ମଲ୍ଲିକ ଓ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ର ମୁତାବକ କେତକ ମୁଷ୍ଟିମେୟ ଓ ନ୍ୟସ୍ତ ସ୍ୱାର୍ଥବାଦୀ ପ୍ରଶସାନିକ କର୍ମଚାରୀ ମନଇଚ୍ଛା ତାଲିକା ପ୍ରସ୍ତୁତି କରିଛନ୍ତି । କୌଣସି ପ୍ରଶସାନିକ କର୍ମଚାରୀ କିମ୍ବା ଅଧୀକାରୀ ଚାଷି ନିକଟକୁ ନଯାଇ ରାଜନେତା ଓ ମୁଷ୍ଟିମେୟ ଲୋକଙ୍କ କଥାରେ ତାଲିକା ପ୍ରସ୍ତୁତି କରାଯାଇଛି । ଯାହାଫଳରେ ପ୍ରକୃତ ଚାଷୀ ମୁଗ ସହାୟତା ପାଇବାରେ ବଂଚିତ ହୋଇଛି । ଏପରିକି କୃଷକ ସାଥି ପରିବାର ଓ ଅନେକ ଏକାନ୍ନବର୍ତି ପରିବାର ସମସ୍ତ ସଦସ୍ୟ କ୍ଷତିପୁରଣ ପାଇଥିବା ତାଲିକାରୁ ପ୍ରକାଶ । ପ୍ରଦାନ କରିଥିବା ଦାବି ଗୁଡିକ ମଧ୍ୟରେ ଭୂଲ ମୁଗ ଚାଷୀଙ୍କୁ କ୍ଷତି ପୁରଣ ପ୍ରଦାନ କରିଥିବା କୃଷି ବିଭାଗ କର୍ମଚାରୀ, ନାଉଗାଁ ରାଜସ୍ୱ ନିରିକ୍ଷକ, ତହସିଲଦାର ଓ କୃଷକ ସାଥୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ଭୂଲ ତଥ୍ୟ ପ୍ରଦାନ କରିଥିବାରୁ ସେମାନଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଉ, ନିରପେକ୍ଷ ତଦନ୍ତ କରାଯାଇ ହିତାଧିକାରୀଙ୍କୁ ଚିହ୍ନଟ କରି ମୁଗ ଚାଷୀଙ୍କୁ କ୍ଷତି ପୁରଣ ପ୍ରଦାନ ଆଦି ଦାବି ରହିଛି । ଅନୁଷ୍ଠିତ ଧାରଣାରେ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଗଜରାଜପୁର ପଂଚାୟତର ପୂର୍ବତନ ସରପଂଚ ଆର୍ତତ୍ରାଣ ଦାସ, ନବ ନିର୍ମାଣ କୃଷକ ସଙ୍ଗଠନର ଜିଲା ସହ ସଂଯୋଜକ ଅଶୋକ କୁମାର ସ୍ୱାଇଁ, ଅଶୋକ କୁମାର ବାହାଲିଆ, ବଂଶୀଧର ବେହେରା,ନବ କିଶୋର ମହାନ୍ତି, ସୁବାସ ସ୍ୱାଇଁ, ଧିର ପରିଡା, କ୍ଷୀରୋଦ ଚନ୍ଦ୍ର ସେଠୀଙ୍କ ସମେତ ୩୦ରୁ ଉର୍ଦ୍ଧ ଚାଷୀ ଉପସ୍ଥିତ ରହିଥିଲେ । ଘଟଣାସ୍ôଥଳରେ ଅତିରିକ୍ତ ବିଡିଓ ଦେବେନ୍ଦ୍ର ପ୍ରଧାନ ସ୍କାରକ ପତ୍ର ଗ୍ରହଣ କରିଥିବା ବେଳେ ନାଉଗାଁ ଥାନା ଆଇଆଇସି ଗୋବର୍ଦ୍ଧନ ସାହୁ ଉପସ୍ଥିତ ଥିଲେ । ଏ ସଂପର୍କରେ ବିଡିଓ ରଶ୍ମିରେଖା ମଲ୍ଲିକଙ୍କୁ ପଚାରିବାରେ ତଦନ୍ତ କରାଯିବା ପରେ ଯାହା ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ