ବଣିକ ସଂଘ ପକ୍ଷରୁ ନବ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଆଜି ବେଲଗୁଣ୍ଠା ବ୍ଳକ୍ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦର ନବ ନିର୍ବାଚିତ ଜନପ୍ରତିନିଧିଙ୍କୁ ସମ୍ମାନୀତ କରିବା ପାଇଁ ବେଲଗୁଣ୍ଠା ବଣିକ ସଂଘ ପକ୍ଷରୁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ବଣିକ ସଂଘ ସଭାପତି ସନତ କୁମାର ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୋରଡା ବିଧାୟକ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ ଏବଂ ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀ ଉପସ୍ଥିତ ଥିଲେ I ଏହି ଅବସରରେ ବେଲଗୁଣ୍ଠା ବଣିକ ସଂଘ ପକ୍ଷରୁ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁଙ୍କ ସମେତ ନବ ନିର୍ବାଚିତ ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀ ଏବଂ ସମସ୍ତ ୱାର୍ଡ୍ କାଉନସିଲର୍ ଙ୍କୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା I ବେଲଗୁଣ୍ଠା ବଣିକ ସଂଘ ସମ୍ପାଦକ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ I ଆଜିର କାର୍ଯ୍ୟକ୍ରମ ପରିଚାଳନାରେ ବେଲଗୁଣ୍ଠା ବଣିକ ସଂଘ ଉପସଭାପତି ଜିତେନ୍ଦ୍ର ସୁବୁଦ୍ଧି, ଯୁଗ୍ମ ସମ୍ପାଦକ ପ୍ରଭାତ ସାହୁ, କୋଷାଧ୍ୟକ୍ଷ କେ ବୁଲୁ ପାତ୍ର, ଉପଦେଷ୍ଟା ପ୍ରଶାନ୍ତ କୁମାର ସାହୁଙ୍କ ସମେତ ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ସଦସ୍ୟ ମାନେ ସହଯୋଗ କରିଥିଲେ I ଏହି ଅବସରରେ ବେଲଗୁଣ୍ଠା ବଣିକ ସଂଘର ଉନ୍ନତି ପାଇଁ ଆବଶ୍ଯକ ସହଯୋଗ ଯୋଗାଇଦେବାକୁ ସୋରଡ଼ା ବିଧାୟକ ଶ୍ରୀ ସ୍ୱାଇଁ ପ୍ରତିଶୃ୍ତି ଦେଇଥିବା ବେଳେ ବେଲଗୁଣ୍ଠା ବଜାରକୁ ରାଜ୍ୟରେ ଏକ ନମ୍ବର୍ ବଜାରରେ ପରିଣତ କରିବା ପାଇଁ ନଗରପାଳ ଶ୍ରୀ ସେଠୀ ପ୍ରକାଶ କରିଥିଲେ I ବଣିକ ସଂଘ ଉପସଭାପତି ଜିତେନ୍ଦ୍ର ସୁବୁଦ୍ଧି ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ