ବାଇକ ଦୁର୍ଘଟଣା : ଜଣେ ଗୁରୁତର

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ଜାମଦା ଥାନା ଅନ୍ତର୍ଗତ ଦୁମାଡିହି ଗାଁ ରାସ୍ତାରେ ଆଜି ସଂଧ୍ୟାବେଳେ ଜଣେ ବାଇକ୍ ଚାଳ କୁକୁର ସହ ଧକ୍କା କରି ରାସ୍ତାରେ ଛିଟିକି ପଡ଼ି ଗୁରୁତର ହୋଇଥିବା ସୁଚନା ମିଳିଛି । ସୂଚନାଯୋଗ୍ୟ ଝାରପୋଖରିଆ ଥାନା ଅନ୍ତର୍ଗତ ଜାରକାଣି ଗାଁର ପଙ୍କଜ ନାଏକ ନିଜ ଶଶୁର ଘର ଜାମଦା ଅଂଚଳର ଦୁମାଡିହି ଗ୍ରାମକୁ ତାଙ୍କ ଭଉଣୀ ସହ ବାଇକରେ ଆସୁଥିବା ସମୟରେ ଶଶୁର ଘର ଦୁମାଡିହି ରାସ୍ତାରେ ହଠାତ୍ ଦୁଇଟି କୁକୁର ସାମନାକୁ ଆସିଯିବା ଫଳରେ ସେ ଦୁର୍ଘଟଣା ହୋଇଥିଲେ ତାଙ୍କ ଭଉଣୀ ଚନ୍ଦ୍ରମା ନାଏକ ମଧ୍ୟ ଆହତ ହୋଇଥିଲେ । ଦୁଇଜଣଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ହସ୍ପିଟାଲ ଅଣାଯାଇଥିଲା । ଡାକ୍ତର ବାରିପଦା ରେଫର କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ