ବାଘଛୁଆ ବୁଲୁଛି ଗୁଜବ ପରେ ମାଛ ରଙ୍କା ବିଲେଇ ଛୁଆ ଉଦ୍ଧାର
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ବ୍ଲକ ସୁହାଗପୁର ପଞ୍ଚାୟତ ର ଫକିରସାହି ଅଞ୍ଚଳ ରେ ଗୋଟେ ବାଘ ଛୁଆ ବୁଲୁଥିବା ପ୍ରଚାର ହେବାପରେ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଥିଲେ। ଗତ କାଲି ସଂଧ୍ୟାରେ ଏହି ଛୁଆ ଟିକୁ ଫକିର ସାହି ଗ୍ରାମ ର ଯୁବକ ମାନେ କୌଶଳ କ୍ରମେ ଯନ୍ତା ବସାଇ ଧରିବା ପରେ ଅସ୍ତରଙ୍ଗ ବନ ବିଭାଗ କୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ନିର୍ମଳେନ୍ଦୁ ଚାଟାର୍ଜୀ,ଦିଲ୍ଲୀପ ନାୟକ, ପ୍ରତାପ ବସ୍ତିଆ, ନୀଳମଣି ନାୟକ ପ୍ରମୁଖ ଘଟଣାସ୍ଥଳ ରେ ପହଞ୍ଚି ଯନ୍ତା ରେ ଥିବା ଛୁଆ ଟିକୁ ଉଦ୍ଧାର କରି ଆଣି ଜାହାନିଆଁ ଜଙ୍ଗଲ ରେ ଛାଡ଼ି ଥିଲେ। ଏହା ଏକ ମାଛରଙ୍କା ବିଲେଇ ଛୁଆ ବୋଲି ବନ ବିଭାଗ କର୍ମଚାରୀ ମାନେ ପ୍ରକାଶ କରିଛନ୍ତି। ଏହି ଘଟଣା ସମଗ୍ର କାକଟପୁର, ଅସ୍ତରଙ୍ଗ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି।


