ବାଲିଗୁଡାରେ ୩୨ ତମ ସଡ଼କ ସୁରକ୍ଷା ଦିବସ ପାଳିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ରେ ପ୍ରତି  ବର୍ଷ ଭଳି ଚଳିତ ବର୍ଷ ମଧ୍ୟ  ସଡ଼କ ସୁରକ୍ଷା ଦିବସ ପାଳିତ ହୋଇଯାଇଛି l ଜାତୀୟ ସଡ଼କ ସୁରକ୍ଷା ମାସ ଜାନୁୟାରୀ ୧୮ ରୁ ଫେବୃଆରୀ ୧୭ ପର୍ଯ୍ୟନ୍ତ  ପାଳନ କରାଯିବ, ଏହି ପରିପ୍ରେକ୍ଷୀରେ ବାଲିଗୁଡା ମା ପାଟଖଣ୍ଡା ଘରୋଇ ବସ ମାଲିକ ସଂଘ ଓ କନ୍ଧମାଳ ଆଞ୍ଚଳିକ ପରିବହନ ପ୍ରାଧିକରଣ ମିଳିତ ଆନୁକୂଲ୍ୟରେ ୩୨ ତମ ସଡ଼କ ସୁରକ୍ଷା ଦିବସ ଅବସରରେ ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ଠାରୁ ଏକ ବିରାଟ ଶୋଭାଯାତ୍ରା ରେ ବାହାରି  ବସଷ୍ଟାଣ୍ଡ ପର୍ଯନ୍ତ ସଡ଼କ ସୁରକ୍ଷା ଜୀବନ ରକ୍ଷା ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ମାନ ଦେଇ ପରିକ୍ରମା କରିଥିଲେ l ଏହି ଶୋଭାଯାତ୍ରାରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ  ସୁରେଶ ଚନ୍ଦ୍ର ପ୍ରଧାନ ପତକା ଦେଖେଇ ଏହାର ଶୁଭାରମ୍ଭ କରିଥିଲେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ  ତହସିଲଦାର ଶଶାଙ୍କ ଶେଖର ପାତ୍ର, ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଏନଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ, ଘରୋଇ ମୋଟର ମାଲିକ ସଂଘ ର ସମ୍ପାଦକ ରବି ଚନ୍ଦ୍ର ପାତ୍ର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ  ଯଶୋଦା ଗାଦବା, ଆଦିବାସୀ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ କାର୍ତିକ ଚନ୍ଦ୍ର ସି, ଆଦିବାସୀ କଲେଜ  ଏନସିସି ର ହିମାଂଶୁ  ଚରଣ ସାହୁ,ଏନଏସଏସ ର ପ୍ରୋଗ୍ରାମ ଅଫିସର ଶ୍ରୀକାନ୍ତ କୁମାର ସାହୁ. ଦୁସମନ୍ତ ଶବର, ଛାତ୍ର ଛାତ୍ରୀ କଲେଜ ର ଆଧ୍ୟାପକ ଏବଂ ଆଧ୍ୟାପିକା  ଶିକ୍ଷକ ଶିକ୍ଷୟତ୍ରୀ  ମାନେ ଏଥିରେ ସାମିଲ ହୋଇ ଲୋକଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନ କରିଥିଲେ ଏବଂ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଚାଳକମାନଙ୍କୁ ସଡ଼କ ସୁରକ୍ଷା ଦିଗରେ ରଖି  ଯେପରି ୧୮ ବର୍ଷ ରୁ କମ ବୟସ ହୋଇ ଥିବା ଚାଳକ ଗାଡି ନ ଚଲେଇବା,ହେଲେମେଟ ପିନ୍ଧିବା ବାଧ୍ୟତାମୁଳକ, ମଦ କିମ୍ବା କୌଣସି ନିଶା ଦ୍ରବ୍ୟ  ସେବନ କରି ଗାଡି ନ ଚଳେଇବା, ଦୃତ ଗତି ରେ ଗାଡି ନ ଚଳେଇ ବାକୁ ଏବଂ ଗାଡି ର ଆବଶ୍ୟକ  କାଗଜପତ୍ର ରଖିବାକୁ  କହିଥିଲେ l ଶେଷରେ  ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ ଡ୍ରାଇଭିଂ ଲାଇସେନ୍ସ, ଇନ୍ସୁରାନ୍ସ ଓ ପଲ୍ୟୁସନ ସଂପର୍କରେ  ଜନସାଧାରଣ ମାନଙ୍କୁ ଅବଗତ କରି  ଧନ୍ୟବାଦ ଅର୍ପଣ କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ