ଗାଁ ସାଥୀ(ମେଟ) ସଙ୍ଘ ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ):  ଗାଁ ସାଥୀ(ମେଟ) ସଙ୍ଘ ମିଳିତ କ୍ରୀୟାନୁଷ୍ଠାନ କମିଟି ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳ ଅମ୍ରୁତ ଋତୁରାଜଙ୍କୁ ବିଭିନ୍ନ ସମସ୍ୟା ନେଇ ଏକ ୭ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ଗତ ୨୦୦୮ମସିହାରୁ ଜିଲ୍ଲାର ୯ଟି ବ୍ଲକରେ ମନରେଗା ପ୍ରକଳ୍ପରେ ନିୟୋଜିତ ହୋଇଥିବା ଗାଁ ସାଥୀମାନେ ସରକାରଙ୍କ ବୈମାତୃକ ଭାବ ପାଇଁ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ପ୍ରଦାନ କରାଯାଉଥିବା ନିର୍ଦେଶନାମା ତଳ ସ୍ତରରେ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହୋଇଛି । ଏତଦବ୍ୟତିତ ଜିଲ୍ଲାର ଗାଁସାଥୀ ସଙ୍ଘ ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକଙ୍କ ନିକଟରେ ବାରମ୍ବାର ନିବେଦନ କରାଯିବା ପରେ ପ୍ରକଳ୍ପ ନିର୍ଦେଶକ ଜିଲ୍ଲାର ୯ଟି ବ୍ଲକକୁ ଜାରି କରିଥିବା ନିର୍ଦେଶକୁ ମଧ୍ୟ ବ୍ଲକର ବିଡିଓ, ଉଦ୍ୟାନକୃଷି ବିଭାଗ ଓ ମୃତ୍ତିକା ସଂରକ୍ଷଣ ବିଭାଗ ଗୁଡିକ ମାନୁନଥିବା ସଙ୍ଘ ପକ୍ଷରୁ ଅଭିଯୋଗ କରାଯାଇଛି । ରାଜ୍ୟ ସରକାରଙ୍କ ପତ୍ର ସଂଖ୍ୟା – ୯୪୦ ତା ୧୧,୦୧. ୨୦୧୯କୁ କାର୍ଯ୍ୟକାରୀ କରାଯିବାକୁ ଦାବି କରାଯାଇଛି । ଏଣୁ ସରକାରଙ୍କ ସେହି ନିର୍ଦେଶନାମାକୁ କାର୍ଯ୍ୟକାରୀ କରାଯିବା, ପ୍ରକଳ୍ପ ନିର୍ଦେଶକଙ୍କ ପତ୍ର ସଂଖ୍ୟା – ୩୩୦୪ ତା ୨.୧୧.୨୦୨୦କୁ କାର୍ଯ୍ୟକାରୀ କରାଯିବା, ପ୍ରତ୍ୟେକ ବ୍ଲକର ମେଟମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବା, ମୃତ୍ତିକା ସଂରକ୍ଷଣ ବିଭାଗ ସମେତ ସମସ୍ତ ଲାଇନ ଡିପାର୍ଟମେଂଟର ମନରେଗା ପ୍ରକଳ୍ପ କାର୍ଯ୍ୟରେ ମେଟମାନଙ୍କୁ ନିୟୋଜିତ କରାଯିବା, ମେଟମାନଙ୍କ ପୂର୍ବ ବକେୟା ତୁରନ୍ତ ପ୍ରଦାନ କରାଯିବା ଓ ପ୍ରତ୍ୟେକ ମେଟଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବା ସମ୍ପର୍କରେ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଏହି ଦାବି ଗୁଡିକ ତୁରନ୍ତ ପୁରଣ କରାନଗଲେ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରାଯିବ ବୋଲି ପ୍ରଶାସନକୁ ଚେତାବନୀ ଦିଆଯାଇଛି । ସଙ୍ଘ ପକ୍ଷରୁ ସଭାପତି କନକଲତା ଜେନା, ସମ୍ପାଦକ ଅନିଲ କୁମାର ଜେନା, ସନ୍ତୋଷ କୁମାର ସୁତାର, ସୁଶାନ୍ତ ବିଶ୍ୱାଳ, ପ୍ରଶାନ୍ତ ଦାସ, କୁଞ୍ଜବିହାରୀ ପଣ୍ଡା, ମମତା ନାୟକ, ନବଘନ ସାହୁ, ପ୍ରମିଳା ପତି, ଲିତା ଦାସ, ବରୋଦା ପାତ୍ର, ସୁଧିର ପ୍ରଧାନ, କାହ୍ନୁ ମଳିକ, କବି ପ୍ରସାଦ ମଳିକ, ବୀକ୍ରମ ବିଶ୍ୱାଳ, ରଶ୍ମିରଞ୍ଜନ ରାଉତ, ଦିଲ୍ଲୀପ ମଳିକ, ଅଜୟ କୁମାର ସ୍ୱାଇଁ ପ୍ରମୁଖ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଜିଲ୍ଲାପାଳ ସମସ୍ୟା ଗୁଡିକର ସମାଧାନ ପାଇଁ ପ୍ରତିଶୃତି ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ