ବାଲିଯାତ୍ରା ମହୋତ୍ସବ ପଡିଆରେ ସଫେଇ କାର୍ଯ୍ୟକ୍ରମ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ଗୁଲନଗର ପଂଚାୟତର ସୁଜାନଗରସ୍ଥିତ ବାଲିଯାତ୍ରା ମହୋତ୍ସବ ପଡିଆରେ ଶୁକ୍ରବାର ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତ ତିନିଦିନ ଧରି ବାଲିଯାତ୍ରା ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ  ଅଳିଆ ଆବର୍ଜନା କୁଢକୁଢ ହୋଇ ପଡିଥିଲା । ସେହି ଅଳିଆ ଗୁଡିକୁ ସଫା କରିବା ନିମନ୍ତେ ବାଲିଯାତ୍ରା କମିଟିର କର୍ମଚାରୀ ମାନେ ଅଳିଆ ଆବର୍ଜନା ସଂଗ୍ରହ କରି ବାଲିଯାତ୍ରା ମହୋତ୍ସବ ସ୍ଥଳରୁ ବାହାରେ ଏକତ୍ରିତ କରି ନିଆଁ ଲଗାଇ ନଷ୍ଟ କରାଯାଇଥିଲା  ା ଏହି ସ୍ୱଚ୍ଛ ଭାରତ  ଅଭିଯାନରେ ବାଲିଯାତ୍ରା କମିଟିର ସଭାପତି ପ୍ରଦୀପ କୁମାର ଦାଶ, ସମ୍ପାଦକ ସଞ୍ଜୟ କୁମାର ଜେନା,  ରମଣୀରଞ୍ଜନ ରାଉତରାୟ, ଉପସଭାପତି ଧିରେନ୍ଦ୍ର କୁମାର ଦାସ,  କିଶୋର ପ୍ରଧାନ, ଟୁଟୁ ଗେରୁ ପ୍ରମୁଖ ସଭ୍ୟମାନେ ଅଂଶଗ୍ରହଣ କରି ସେହି ପଡିଆକୁ ଅଳିଆ ଆବର୍ଜ୍ଜନା ମୁକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ