ବିଜାତଳାରେ ବରଗାଡି ଓଲଟିଲା : ୬ ଆହତ ଜଣେ ଗୁରୁତର
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ବାହାଘର ସାରି ମଉଜ ମଜଲିସ କରି ବରଯାତ୍ରୀ ଘରକୁ ଫେରୁଥିବା ବେଳେ ରାସ୍ତାରେ କୌଣସି କାରଣରୁ ଭାରସାମ୍ୟ ହରାଇ ସବାରୀ ବରଯାତ୍ରୀ ଗାଡିଟି ଓଲଟି ପଡିଥିଲା । ୧୩ ଜଣ ବରଯାତ୍ରୀ ମଧ୍ୟରୁ ୬ ଜଣ ସାମାନ୍ୟ ଆହତ ହୋଇଥିବାବେଳେ ଜଣେ ଗୁରୁତର ହୋଇଥିବା ସୁଚନା ମିଳିଛି । ସୂଚନା ଯୋଗ୍ୟ ମୟୃରଭଂଜ ଜିଲ୍ଲାର ବାଙ୍ଗିରିପୋଷୀ ଥାନା ଅନ୍ତର୍ଗତ କୁସୁବରଯାତ୍ରୀ କୁସୁମି ବ୍ଳକର ତେଣ୍ଟପୋଷୀ ଗ୍ରାମକୁ ବାହାଘର ପାଇଁ ଆସିଥିଲେ । ବାହାଘରସାରି ମଉଜ ମଜଲିସ କରି ଆନନ୍ଦର ସହ ଘରକୁ ଫେରୁଥିବାବେଳେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଲକ ରାସ୍ତାକଡ ପାର୍ଶ୍ବ ହୋଟେଲ ଜଙ୍ଗଲ ଭିୟୂ ନିକଟରେ କୌଣସି କାରଣରୁ ଶୁକ୍ରବାର ଭୋର ୪/୪.୩୦ ଟା ସମୟରେ ଭାରସାମ୍ୟ ହରାଇ ସବାରୀ ଗାଡ଼ିଟି ଓଲଟି ପଡିଥିଲା ।୧୩ ଜଣ ବରଯାତ୍ରୀ ମଧ୍ୟରୁ ୬ ଜଣ ସାମାନ୍ୟ ଆହତ ହୋଇ ଥିବା ବେଳେ ଜଣେ ଗୁରୁତର ହୋଇଥିଲେ । ସମସ୍ତେ ଅଳ୍ପକେ ବର୍ତ୍ତିଛନ୍ତି । ଆହତମାନଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପ୍ରାୟ ସମସ୍ତେ ଡିସଚାର୍ଜ ହୋଇ ଘରକୁ ଫେରି ଯାଇଛନ୍ତି । ଆହତମାନେ ହେଲେ ଅବିନାଶ ସେଠୀ, ଦୀପକ ଦେହୂରୀ, ବୁଧୁରାମ ବେହେରା, ଶ୍ରୀକାନ୍ତ ବେହେରା, ଜଗନ୍ନାଥ ବେହେରା, ଗୌତମ ବେହେରା ଏବଂ ହେମନ୍ତ ବେହେରା ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।


