ସ୍ୱର୍ଗତ ଲକ୍ଷ୍ମଣ କୁମାର ମାର୍ଣ୍ଣିଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ରାଇରଙ୍ଗପୁର ହାଇସ୍କୁଲ, ରାଇରଙ୍ଗପୁର ହାଇସ୍କୁଲ ପୁରାତନ ଛାତ୍ର ସଂଘ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷଣା ପରିଷଦ ପକ୍ଷରୁ ବିଦ୍ୟାଳୟ ସଭାଗୃହରେ ରାଇରଙ୍ଗପୁର ହାଇସ୍କୁଲର ପୁରାତନ ଛାତ୍ର ତଥା ପୂର୍ବତନ ବିଜ୍ଞାନ ଶିକ୍ଷକ , ବିଶିଷ୍ଟ ଶିକ୍ଷାବିତ୍, ଗୋରୁମହିଷାଣୀ ହାଇସ୍କୁଲର କାର୍ଯ୍ୟରତ ପ୍ରଧାନ ଶିକ୍ଷକ, ବନ୍ଧୁବତ୍ସଳ ସ୍ବର୍ଗତ ଲକ୍ଷ୍ମଣ କୁମାର ମାର୍ଣ୍ଣି ଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ଉଦ୍ଦେଶ୍ୟରେ ଏକ ଶୋକସଭା ଆୟୋଜନ କରାଯାଇଥିଲା । ଛାତ୍ର ସଂଘର ସଭାପତି ଡଃ ସ୍ୱୟଂମ୍ବର ସିଂହ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ମହାନ୍ତ , ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷଣା ପରିଷଦର ସଭାପତି ତିମିର ରଞ୍ଜନ ପଣ୍ଡା,ଛାତ୍ର ସଂଘର କୋଷାଧ୍ୟକ୍ଷ ପ୍ରଦୀପ୍ତ କୁମାର ମହାନ୍ତି, ସଂଗଠନ ସଂପାଦକ ଦିଲ୍ଲୀପ କୁମାର ମହାନ୍ତ , ବିଶିଷ୍ଟ ଶିକ୍ଷାବିତ୍ ଦିଲ୍ଲୀପ କୁମାର ମହାନ୍ତି, ଛାତ୍ର ସଂଘର ଆବାହକ କାଳିପ୍ରସନ୍ନ ମହାନ୍ତି ସଂଘର ସଂଯୋଜକ ରଞ୍ଜନ କୁମାର ନନ୍ଦ ଓ ବିଜୟ କୁମାର ରାମ ,କିଶୋର କୁମାର ରଜକ,ଦିନେଶ କୁମାର ବେହେରା, ରିତେଶ ଆଠଘରା ଏବଂ ରାଇରଙ୍ଗପୁର ହାଇସ୍କୁଲର ଶିକ୍ଷକ ଗୌରୀଶଙ୍କର ମହାନ୍ତ, ହେମନ୍ତ ମହାନ୍ତ, ବିଜନ ମହାନ୍ତ, ଯଶୋବନ୍ତ ମହାନ୍ତ, ବିଜୟ ମାଝୀ, ବିକ୍ରମ କେଶରୀ ଗିରି, ଶିକ୍ଷୟିତ୍ରୀ ଦମୟନ୍ତି ମହାନ୍ତି, ଅପର୍ଣ୍ଣା ମାଇତି, ମଧୁସ୍ମିତା ବାରିକ, ସ୍ବାଗତିକା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଶ୍ରୀ ମାର୍ଣ୍ଣି ଙ୍କ ସ୍ମୃତିଚାରଣ କରିଥିଲେ । ସେ କିପରି ଅନେକ ସଦଗୁଣର ଅଧିକାରୀ ହୋଇ ଜଣେ ଆଦର୍ଶ ଶିକ୍ଷକ ଭାବେ ସମାଜରେ ପ୍ରତିଷ୍ଠିତ ହୋଇପାରିଥିଲେ, ତାହା ସଦସ୍ୟ ମାନେ ନିଜ ନିଜ ବକ୍ତବ୍ୟ ମାଧ୍ୟମର ଉପସ୍ଥାପନ କରିଥିଲେ । ସ୍ୱର୍ଗତ ଲକ୍ଷ୍ମଣ କୁମାର ମାର୍ଣ୍ଣି ଙ୍କ ବନ୍ଧୁ ରଞ୍ଜନ କୁମାର ନନ୍ଦ କାର୍ଯ୍ୟକ୍ରମର ଆୟୋଜନ କରିବା ସହ ଭାବାବେଗ ପରିବେଶରେ ଶ୍ରୀ ମାର୍ଣ୍ଣି ଙ୍କ ବାଲ୍ୟ ଜୀବନ ରୁ ଜୀବନର ଶେଷ ପର୍ଯ୍ୟନ୍ତ ବହୁବିଧ ଘଟଣାବଳୀ ର ସ୍ମୃତି ଚାରଣ କରିଥିଲେ । ୧୯୯୨ମସିହାରେ ରାଇରଙ୍ଗପୁର ହାଇସ୍କୁଲ ରୁ ମ୍ୟାଟ୍ରିକ ପାସ୍ ପରେ ରାଇରଙ୍ଗପୁର କଲେଜ ରୁ ଜୀବ ବିଜ୍ଞାନରେ ସ୍ନାତକ ଶିକ୍ଷା ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରି, ଉତ୍କଳମଣି ଗୋପବନ୍ଧୁ ବି.ଇ.ଡି କଲେଜରୁ ଶିକ୍ଷକତା ପାଇଁ ତାଲିମ ନେଇଥିଲେ । ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଜୀବନ ଆରମ୍ଭ କରି ଆଦର୍ଶ ଶିକ୍ଷକ ହୋଇ ପରବର୍ତ୍ତୀ ସମୟରେ ପଦୋନ୍ନତି ପାଇ ଗୋରୁମହିଷାଣୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ତାଙ୍କରି ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା ଏବଂ ଶେଷରେ ଉପସ୍ଥିତି ବ୍ୟକ୍ତି ବିଶେଷ ଶ୍ରୀ ମାର୍ଣ୍ଣି ଙ୍କ ପିତା କରୁଣାକର ମାର୍ଣ୍ଣି, ସହଧର୍ମିଣୀ ସୁଚିତ୍ରା ଏବଂ ଦୁଇ କନ୍ୟା ବର୍ଷା ଓ କଲ୍ୟାଣୀ ଙ୍କ କଲ୍ୟାଣ କାମନା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ