ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା):ବିଜୁ ଛାତ୍ର ଜନତା ଦଳ ଟାଉନ ଶାଖା ପକ୍ଷରୁ ‘ଓଡ଼ିଶା ମୋ ପରିବାର’ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଜିଲା ରକ୍ତଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୌରାଧ୍ୟକ୍ଷା ସବିତା ସାହୁ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତାଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ସମସ୍ତଙ୍କ ସହଯୋଗରେ ସମ୍ପ୍ରତି ବାଲେଶ୍ୱରରେ ରକ୍ତର ଅଭାବ ପୂରଣ ହୋଇାରୁଛି ବୋଲି ସେ କହିଥିଲେ । ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାନେତ୍ରୀ ସୁବସିନୀ ଜେନା ଏଥିରେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ ଆଗାମୀ ଦିନଦରେ ନିୟମିତ ଏହିଭଳି ଶିବିର ଆୟୋଜନ ପାଇଁ ସେ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ । ବିଜୁ ଛାତ୍ର ଜନତା ଦଳ ଜିଲା ସଭାପତି ସୀମନ ଦାସ ମହାପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରରେ ବାଲେଶ୍ୱର ଅର୍ବାନ କୋରେଟିଭ ବ୍ୟାଙ୍କ ସଭାପତି ସୂର୍ଯ୍ୟକାନ୍ତ କର, କାଉନସିଲର ରଞ୍ଜିତା ମହାପାତ୍ର, ଯୁବ ସଂଗଠକ ସାହିରୁଲ ହକ, ମହିଳା ନେତ୍ରୀ ଆଶ୍ରିତା ତରେଇ ପ୍ର୍ରମୁଖ ଏହି ଶିବରରେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ସଂଯୋଜକ ଓମପ୍ରକାଶ ମହାପାତ୍ରଙ୍କ ସମେତ ବିଜୁ ଛାତ୍ର ଜନତା ଦଳର ରାହୁଲ ନାୟକ ଓ ଅମିତ ମହାନ୍ତି ପ୍ରମୁଖ ଏହି ଶିବିର ପରିଚାଳନା କରିଥିଲେ । ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ବସନ୍ତ କୁମାର ଉାଧ୍ୟାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିର ଶେଷ ସୁଦ୍ଧା ୫୦ରୁ ଊର୍ଦ୍ଧ୍ୱ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଛାତ୍ରନେତା ଜାକବ ସିଂ, ମୋନାଲିସା ମହାନ୍ତି, ଶୁଭମ ନାୟକ, ଦିଲୀପ ମହାଳିକ, ଗଜେନ୍ଦ୍ର ନାୟକ, ସୁନୀଲ ଓଝା ପ୍ରମୁଖ ଶିବର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ