ବିଜେପି ମହିଳା ମୋର୍ଚ୍ଚାର ଜିଲା କାର୍ଯ୍ୟକାରିଣୀ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ବିଜେପି ମହିଳା ମୋର୍ଚ୍ଚାର ଜିଲଳ କାର୍ଯ୍ୟକାରିଣୀ ବୈଠକ ସହରର ରୟାଲ କୁଇନ କଲ୍ୟାଣମଣ୍ଡପରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ବିଜେପି ଜିଲା ସଭାପତି ଉମାକାନ୍ତ ମହାପାତ୍ର ଏହି ବୈଠକକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ରାଷ୍ଟ୍ର ନିର୍ମାଣରେ ମହିଳାଙ୍କ ଭାଗିଦାରୀକୁ ଏକ ଜନ ଆନ୍ଦୋଳନରେ ରୂପାନ୍ତର ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ମହିଳା ମୋର୍ଚ୍ଚା ଜିଲା ପ୍ରଭାରୀ ନୀରଜ ନଳିନୀ ମହାଳିକ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ମହିଳାମାନଙ୍କୁ ସୁରକ୍ଷା ଦେବାର ରାଜ୍ୟ ସରକାରଙ୍କ ବିଫଳତା ବିରୋଧରେ ଦୃଢତାର ସହ ଜବାବ ଦେବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ମନିଷା ଚିନ୍ମୟୀ ବେହେରା ଏଥିରେ ଅଧ୍ୟକ୍ଷତା କରିବା ସହିତ ସ୍ୱାଗତ ଅଭିଭାଷଣ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଖଇରା ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ, ସୋର ପୌର ଉପାଧ୍ୟକ୍ଷା ସୁସ୍ମିତା ଦାସ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ମହିଳା ମୋର୍ଚ୍ଚା ରାଜ୍ୟ ଉପ ସଭାନେତ୍ରୀ ସୁଷମା ବିଶ୍ୱାଳ, ମହିଳା ମୋର୍ଚ୍ଚା ଜିଲା ସାଧାରଣ ସମ୍ପାଦିକା ମାଳତୀ ନାୟକ ଓ ପୂର୍ବତନ ଜିଲା ସଭାନେତ୍ରୀ କମଳା ବିନ୍ଧାଣୀ ପ୍ରମୁଖ ଏଥିରେ ଯୋଗଦେଇ କର୍ମୀମାନଙ୍କୁ ସୁଦୃଢ଼ ସାଂଗଠନର ବିଭିନ୍ନ ଦିଗ ସମ୍ପର୍କରେ ପରାମର୍ଶ ଦେଇଥିଲେ । ଜିଲା ସାଧାରଣ ସମ୍ପାଦିକା ଅଭିଲିପ୍ସା ନାୟକ ଏଥିରେ ମଞ୍ଚ ପରିଚାଳନା କରିଥିବା ବେଳେ ସିପ୍ରା ମହାପାତ୍ର ଅତିଥି ପରଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡା, କ୍ଷେତ୍ରୀୟ ମିଡିଆ ସଂଯୋଜକ ସତ୍ୟଜିତ ମିଶ୍ର, ଭୋଗରାଇ ନେତା ଅଂଶୁମାନ ମହାନ୍ତି, ସୋର ନେତା ରାକେଶ ମଲ୍ଲିକ, ଜଳେଶ୍ୱର ନେତା ପ୍ରବୀର ପ୍ରଧାନ, ବିଜେପି ଏସଟି ମୋର୍ଚ୍ଚା ଜିଲା ସଭାପତି ବିପିନ ମାରାଣ୍ଡି, ଏସସି ମୋର୍ଚ୍ଚା ଜିଲା ସଭାପତି ମୃତ୍ୟୁଞ୍ଜୟ ଯେନା, ବିଜେପି ଜିଲା ଉପ-ସଭାପତି ପ୍ରଦୀପ ପଣ୍ଡା, ସୁବୋଧ ଚନ୍ଦ୍ର ପଣ୍ଡା, ଅନୀଲ କୁମାର ମହାନ୍ତି, ଅରୂପ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ମହିଳା ମୋର୍ଚ୍ଚା ନଗର ସଭାନେତ୍ରୀ ସସ୍ମିତା ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ