ଢ଼େଙ୍କାରେ ସ୍ୱଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକ୍ରମ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତ ଠାରେ ସ୍ୱଚ୍ଛଭାରତ ମିଶନ ଆନୁକୁଲ୍ୟରେ ସ୍ୱଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଢ଼େଙ୍କା ପଞ୍ଚାୟତର ସରପଞ୍ଚ ସୁବାସିନୀ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ ବିଡିଓ ବିନୀତା ବିଜୟିନୀ, ସମିତିସଭ୍ୟ ସୁକାନ୍ତୀ ବିଶ୍ୱାଳ, ନାଏବ ସରପଞ୍ଚ ରୋନାଲିସା ରାଉତ, ପିଇଓ ସୁରେଶ କୁମାର ସେଠୀ, ଜି.ଆର.ଏସ ପ୍ରଫୁଲ କୁମାର ମାଝି, ଆର.ଡବ୍ଲୁ.ଏସ.ଏସ ବ୍ଲକ ସଂଯୋଜକ କାର୍ତ୍ତିକ ପାତ୍ର ପ୍ରମୁଖ ଯୋଗଦେଇ ସ୍ୱଚ୍ଛ ରହିଲେ ସୁସ୍ଥ ରହିବ, ପ୍ଲାଷ୍ଟିକ ବର୍ଜନ, ସାବୁନରେ ହାତ ଧୋଇବା, ଗାଁ ରାସ୍ତାଘାଟ ସଫା ରଖିବା ଭଳି ଅନେକ ସ୍ୱଚ୍ଛ ବାର୍ତ୍ତା ଦେଇ ଲୋକମାନଙ୍କୁ ସଚେତନ କରାଇଥିଲେ । ଏଥିରେ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଶତାଧିକ ଏସ.ଏସ.ଜି ଗ୍ରୁପର ମହିଳା ମାନେ ଯୋଗଦେଇଥିଲେ । ଏହି ଅବସରରେ ପଞ୍ଚାୟତ ପରିସର, ଢ଼େଙ୍କା ବଜାର ଆଦିକୁ ସଫାସୁତରା କରାଯାଇଥିଲା । ଏଥିରେ ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ରବିନ୍ଦ୍ର କୁମାର ନାୟକ, ରଞ୍ଜନ କୁମାର ସେଠୀ, ଭଗବାନ କର, ଦେବାଶିଷ କର, ରୁଦ୍ର ପ୍ରସାଦ କର, ରେବତୀ ନାୟକ, ବାସନ୍ତୀ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ