ବିଧବା ବୋହୂକୁ ଶ୍ୱଶୁରର ପ୍ରେମ ନିବେଦନ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ବାଲିପୋଖରୀ ଅଞ୍ଚଳରେ ଜଣେ ବିଧବା ବୋହୂକୁ ଶ୍ୱଶୂର ପ୍ରେମ ନିବେଦନ କରିବା ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଛି । ମହିଳା ଜଣକ ସ୍ୱାମୀ ଆଜକୁ ପାଞ୍ଚ ଛଅ ବର୍ଷ ପୂର୍ବେ ମୃତ୍ୟୁ ବରଣ କରିଥିବାବେଳେ ଏକମାତ୍ର ଆଠ ବର୍ଷର ପୁଅ ମାରାତ୍ମକ ହୃଦରୋଗରେ ପୀଡିତ । ବିଭିନ୍ନ ଆଡୁ ମଗାଯଚା କରି ବିଧବା ମାଆ ପୁଅଟିର ଚିକିତ୍ସା କରୁଥିବାବେଳେ କିଛି ଚାଷଜମି ଓ ବିଧବା ଭତ୍ତାରେ ମାଆ ପୁଅ ଦୁହେଁ ଯାକ ଚଳୁଛନ୍ତି । ଘରେ ଏକୁଟିଆ ପାଇ ବିଭିନ୍ନ ସମୟରେ ବିଧବାଙ୍କ ସାନ ଶ୍ୱଶୂର ତାଙ୍କୁ ପ୍ରେମ ନିବେଦନ କରୁଥିଲେ । ପ୍ରେମ ନିବେଦନ କରି ବିଫଳ ହେବାରୁ ଶ୍ୱଶୂର ଆଜି ବୋହୂକୁ ମାରଧର କରି ଆହତ କରିଛନ୍ତି । ବିଧବା ଜଣକ ଆଜି ପୁଅକୁ ଧରି ଭଣ୍ଡାରିପୋଖରୀ ମେଡିକାଲ ଠାରେ ଚିକିତ୍ସା ହୋଇଥିବାବେଳେ ପରେ ଏନେଇ ଲିଖିତ ଭାବେ ଥାନାରେ ଜଣାଇଥିବା ସୂଚନା ମିଳିଛି ।


