ବିଭିନ୍ନ ଉନ୍ନୟନ କାର୍ଯ୍ୟପାଇଁ ପାରଳା ବିଧାୟକଙ୍କ ଭୂମିପୁଜନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଖଞ୍ଜା ସାହି ଠାରେ ଏକ ହନୁମାନ ମନ୍ଦିର ନିର୍ମାଣ ପାଇଁ ଭୂମିପୁଜନ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଯୋଗ ଦେଇ ନଡିଆ ଭାଙ୍ଗି ଏହି ଭୂମିପୁଜନ ଶୁଭାରମ୍ଭ କରିଥିଲେ । ଏହି ହନୁମାନ ମନ୍ଦିର ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ବିଧାୟକ ପାଣ୍ଠିରୁ ୧ଲକ୍ଷ ଟଙ୍କା ମଞ୍ଜୁରୀ କରାଯାଇଥିବା ଶ୍ରୀ ରାଓ ସୁଚନା ଦେଇଛନ୍ତି । ଦୀର୍ଘ ଦିନ ହେବ ଅଞ୍ଚଳବାସୀ ଏଠାରେ ଏକ ହନୁମାନ ମନ୍ଦିର ନିର୍ମାଣ ପାଇଁ ଦାବି କରି ଆସୁଥିଲେ । ଆଜି ଭୂମିପୁଜନ ପରେ ଅଞ୍ଚଳବାସୀ ବେଶ ଖୁସି ପ୍ରକଟ କରିଛନ୍ତି । ସେହିପରି ଖଞ୍ଜା ଧୋବା ସାହି ଠାରେ ଏକ ସିସି ରୋଡ ନିର୍ମାଣ ପାଇଁ ଭୂମିପୁଜନ କରାଯାଇଛି । ଏଥିରେ ମଧ୍ୟବିଧାୟକ ଶ୍ରୀ ରାଓ ଯୋଗଦେଇ ନଡିଆ ଭାଙ୍ଗି ଭୂମିପୁଜନ କାର୍ଯ୍ୟର ସୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୁର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ,ବରିଷ୍ଠ ବିଜେପି ନେତା ଜଗନ୍ନାଥ ମହାପାତ୍ର,ଜମିଦାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।


