ସିପିଆଇ(ଏମ୍) ପକ୍ଷରୁ ବିଭିନ୍ନ ଦାବିକୁ ନେଇ ବିକ୍ଷୋଭ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସିପିଆଇ(ଏମ୍) ଶାଖା ପକ୍ଷରୁ ଚଳିତ ମାସ ୧୭ତାରିଖ ଠାରୁ ୨୨ତାରିଖ ପର୍ଯ୍ୟନ୍ତ ପାର୍ଲାମେଣ୍ଟ ଅଧିବେଶନ ସମୟରେ ବିଭିନ୍ନ ଦାବି ପୁରଣ ପାଇଁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦେଶ ବ୍ୟାପି ଦଳ ପକ୍ଷରୁ ଏହିପରି ପ୍ରତିବାଦ ହେଉଥିବା ବେଳେ ଓଡିଶା ରାଜ୍ୟ କମିଟି ସଂପାଦକ ଅଳି କିଶୋର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ରାୟଗଡ ବ୍ଲକ ସଦର ଠାରେ ଜିଲ୍ଲା ସିପିଆଇ(ଏମ୍)ପକ୍ଷରୁ ଏହିପରି ପ୍ରତିବାଦ କରାଯାଇଛି । ଏଥିରେ ମୁଖ୍ୟ ଦାବି ଗୁଡିକ ହେଲା ଆୟକର ପ୍ରଦାନ ସୀମା ବାହାରେ ଆୟ କରୁଥିବା ପରିବାରକୁ ମାସିକ ୭୫୦୦ଟଙ୍କା ଜମା କରିବା, ପ୍ରତ୍ୟେକ ପରିବାରକୁ ୧୦କେଜି ଚାଉଳ ଓ ଗହମ ୬ମାସ ପର୍ଯନ୍ତ ଯୋଗାଇବା,ମନରେଗା ଯୋଜନାରେ ଗ୍ରାମାଞ୍ଚଳରେ ବାର୍ଷିକ ୨୦୦ଦିନ କାମ ଯୋଗାଇବା ସହ ମଜୁରୀବୃଦ୍ଧି କରିବା,ସହରାଞ୍ଚଳରେ ଅନୁରୁପ ଭାବେ କାମ ଯୋଗାଇବା,ବେକାରୀ ଭତ୍ତା ପ୍ରଦାନ କରିବା,ପ୍ରତ୍ୟେକ ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁର୍ଣ୍ଣ ରଖିବା ଇତ୍ୟାଦି । ଏହି ପ୍ରତିବାଦ ସମୟରେ ସାମାଜିକ ଦୁରତା ରକ୍ଷା କରିବା ସହ ସମସ୍ତେ ମାସ୍କ ପରିଧାନ କରିଥିବା ଦେଖିବାକୁ ମିଳିଥିଲା ।ଦାବି ପୁରଣ ନ ହେଲେ ଆଗାମି ଦିନରେ ଦଳ ବିକ୍ଷୋଭକୁ ତୀବ୍ର କରିବ ବୋଲି ଆହ୍ୱାନ ଦେଇଛି ।


