ବୁଗୁଡା ତହସିଲରେ ସ୍କୁଲ ଓ କଲେଜ ପଟ୍ଟା ବିତରଣ ଉତ୍ସବ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ଗଞ୍ଜାମ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନର ଜମିଗୁଡିକୁ ରାଜସ୍ୱ ବିଭାଗ ପକ୍ଷରୁ ପଟ୍ଟା ଦେବାପାଇଁ ବ୍ୟବସ୍ଥା କରାଯାଇଛି । ସେହି ପ୍ରରିପେକ୍ଷିରେ ବୁଗୁଡା ତହସିଲ ପକ୍ଷରୁ ବୁଗୁଡା ବ୍ଲକର ୬୧ ଗୋଟି ଶିକ୍ଷାନୁଷ୍ଠାନକୁ ମାର୍ଚ୍ଚ ୦୫ ତାରିଖ ଦିନ ପଟ୍ଟା ପ୍ରଦାନ କରାଯାଇଛି । ବୁଗୁଡା ତହସିଲ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ପଟ୍ଟା ବିତରଣ ଉତ୍ସବରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା, ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଶନ କୁମାର ବେହେରା, ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ପ୍ରମୁଖ ଉପସ୍ଥିତ ରହି ପଟ୍ଟା ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମରେ ବୁଗୁଡା ପିପୁଲସ କଲେଜ, ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବୁଗୁଡା ବଳଦେବ ଜୀଉ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୋଲିଆ ଓଡିଶା ଆଦର୍ଶ ବିଦ୍ୟାଳୟ ସମେତ ୧୯ ଗୋଟି ଉଚ୍ଚ ବିଦ୍ୟାଳୟ ଓ ୪୦ ଗୋଟି ପ୍ରଥାମିକ ବିଦ୍ୟାଳୟ କୁ ପଟ୍ଟା ବଣ୍ଟନ କରାଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ଏହି ପଦକ୍ଷେପକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯିବା ସହ ଉଚ୍ଚ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ