ବ୍ରହ୍ମପୁର ସହର ୱାର୍ଡ ନମ୍ବର-୯ର ଅଙ୍ଗନବାଡ଼ି କର୍ମୀ ଗିରଫ
ବ୍ରହ୍ମପୁର ,(ରାଜେଶ କୁମାର ପଟ୍ଟନାୟକ): ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ପରେ ନମିତା ଦଳେଇଙ୍କୁ ଗିରଫ କଲା ଭିଜିଲାନ୍ସ ।ଗତକାଲି ନମିତା ଦଳେଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା । ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ଗତକାଲି ଘର ସମେତ ୬ ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ବ୍ରହ୍ମପୁରର ଅଙ୍ଗନବାଡ଼ି କର୍ମୀ ନମିତା ଦଳାଇଙ୍କ ନାଁ ରେ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ହୋଇଥିଲା । ଏକକାଳୀନ ୬ ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ଗତକାଲି ଭିଜିଲାନ୍ସ ଟିମ୍ ନମିତାଙ୍କ ଲକ୍ଷ୍ମୀନୃସିଂହ ନଗର ସ୍ଥିତ ବାସଭବନ, ଲକ୍ଷ୍ମୀନୃସିଂହ ନଗର ସ୍ଥିତ ଅନ୍ୟ ଏକ ଘର, ଗଣେଶ ନଗରରେ ଥିବା ଘର, ଭୁବନେଶ୍ୱର ସ୍ଥିତ ୨ ଟି ଫ୍ଲାଟ୍ ଓ ବ୍ରହ୍ମପୁରରେ ତାଙ୍କ ସମ୍ପର୍କୀୟଙ୍କ ଘରେ ରେଡ କରିଥିଲା । ଯାଞ୍ଚ ବେଳେ ଅନେକ ଜରୁରୀ କାଗଜପତ୍ର ଓ ସୁନାଗହଣା ଭିଜିଲାନ୍ସର ହସ୍ତଗତ ହୋଇଥିଲା । ତାଙ୍କର ମୋଟ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ରହିଛି।


