ବ୍ୟବସାୟୀଙ୍କୁ ଅଟକାଇ ୯୦ ହଜାର ଟଙ୍କା ଲୁଟ୍

ପୋଲସରା, (ଅନିଲ କୁମାର ମହାରଣା):ଶନିବାର ପୂର୍ବାହ୍ନ ପ୍ରାୟ ୧୧ ଘଣ୍ଟା ସମୟରେ ଜଣେ ବ୍ୟବସାୟୀ ପୋଲସରାରେ ବେପାର ସାରି ଫେରୁଥିବା ବେଳ ତାଙ୍କୁ ଚାରି ଜଣ ଯୁବକ ଅଟକାଇ ଆକ୍ରମଣ କରିବା ସହ ନଗଦ ୯୦ ହଜାର ଟଙ୍କା ଛଡାଇ ନେଇଥିବା ପୋଲସରା ଥାନାରେ ଅଭିଯୋଗ ହୋଇଛି। ଜିତୁନା ଦଳାଇ ନାମକ ବ୍ୟବସାୟି ଏ ସମ୍ପର୍କରେ ଥାନା ରେ ଏତଲା ଦେବା ପରେ ପୋଲସରା ପୋଲିସ ଥାନା କେସ ନଂ ୪୩୫/୨୧ ପ୍ରକାରେ ଏକ ମାମଲା ରୁଜ୍ଜୁ କରାଯାଇ ଅନୁସନ୍ଧାନ ଜାରି ରହିଥିବା ପୋଲସରା ଥାନା ଆରକ୍ଷୀ ନିରୀକ୍ଷକ ଜିତେନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ