ଭଣ୍ଡାରିପୋଖରୀରେ ଶୀତ ଲହରୀ ଜାରି

ବାରିକପୁର,(ୱାଇଏନ୍ଏସ୍): ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ଗତ ୮ଦିନ ହେବ ଶୀତ ଲହରୀ ଲାଗି ରହିଛି । ଶୀତ ଯୋଗୁ ବ୍ଲକ ଅଧିନ ମଞ୍ଜୁରୀରୋଡ, ଆଖୁଆପଦା, ସରସଦା, ମାଳଦା, ପରମାନନ୍ଦପୁର, ପ୍ରମୁଖ ଅଞ୍ଚଳର ଗ୍ରାମ୍ୟ ବଜାରଗୁଡିକ ସନ୍ଧ୍ୟା ହେଲେ ଖାଁଖାଁ ଲାଗୁଛି । ସକାଳବେଳା ମଧ୍ୟ ଦିନ ୮ଟାପରେ ସମସ୍ତ ଦୋକାନ ବଜାର ଖୋଲଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ଖରିଫ ଧାନ ଅମଳ ସମୟ ହୋଇଥିବାବେଳେ ଚାଷୀଟିଏ ମଧ୍ୟ ପ୍ରତ୍ୟୁଷରୁ ଚାଷଜମିକୁ ଯାଇପାରୁନାହିଁ । ଶୀତ ପ୍ରକୋପ ଯୋଗୁ ସନ୍ଧ୍ୟା ୫ଟାରୁ ସକାଳ ସକାଳ ୮ଟା ଯାଏଁ ଘନ କୁହୁଡି ଦେଖିବାକୁ ମିଳୁଛି । ବିଭିନ୍ନ ରାସ୍ତାଘାଟରେ ଯାନଚଳାଚଳ ପ୍ରାୟତଃ କମିଯାଇଥିବାବେଳେ ଯେଉଁ ଅଞ୍ଚଳରୁ ସକାଳ ବେଳା ବସ ଜିଲ୍ଲା ସଦର ମହକୂମାକୁ ଯାଇଥାଏ ତାହା ମଧ୍ୟ ବନ୍ଦ ହୋଇଯାଇଛି । ହାଡଭଙ୍ଗା ଶୀତରୁ ସାମାନ୍ୟ ରକ୍ଷା ପାଇଁ ସ୍ଥାନେସ୍ଥାନେ ଲୋକମାନେ ନିଆଁ ଜାଳୁଥିବା ଦୃଷ୍ଟି ଗୋଚର ହୋଇଛି । ଶୀତଲହରୀ ମଧ୍ୟରେ ଲୋକେ କରୋନାକୁ ନେଇ ମଧ୍ୟ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ