ଭାରତୀୟ ଆଜାଦ ମଞ୍ଚ ପକ୍ଷରୁ ଜଳଦାନ 

ନିମାପଡା,( ସନ୍ତୋଷ ଦାଶ) :-ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ନିମାପଡ଼ା ଜୟଶ୍ରୀ ଛକ ଠାରେ ଭାରତୀୟ ଆଜାଦ ମଞ୍ଚ ପକ୍ଷରୁ ଆଜି ଏକ ଜଳଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନିମାପଡା ବ୍ଲକ ଅଧ୍ୟକ୍ଷ ଶଙ୍କର କୁମାର ଭୋଇ ଫିତା କାଟି ଶୁଭ ଉଦଘାଟନ କରିଥିଲେ ।ଏଥିରେ ସମ୍ନାନିତ ଅତିଥି ଭାବେ ଭାରତୀୟ ଆଜାଦ ମଞ୍ଚ ର ରାଜ୍ୟ ସାଧାରଣ ସମ୍ପାଦକ ରାଜକିଶୋର ବେହେରା ,ରାଜ୍ୟ ଉପ ସଭାପତି ଚନ୍ଦ୍ରକାନ୍ତି ମହାନ୍ତି ,ପୁରୀ ଜିଲା ସଭାପତି ରାଜକିଶୋର ବାରିକ ଯୋଗ ଦେଇଥିଲେ । ଏହି ଜଳଦାନ କାର୍ଯ୍ୟକ୍ରମ ରେ ନିମାପଡା ବ୍ଲକ ସଭାପତି ପିୟୁଷକାନ୍ତ ଦାସ, ନିମାପଡା ମହିଳା ମୋର୍ଚ୍ଚା ସଭାପତି ପ୍ରଭାସିନୀ ଦାସ ଙ୍କ ସହିତ ଆଲୋକ କୁମାର ପରିଡ଼ା , କାବୁଲି ବେହେରା , ଶତ୍ରୁଘ୍ନ ମହାନ୍ତି ପ୍ରମୁଖ ଯୋଗ ଦେଇ ସାହାଯ୍ୟ ସହଯୋଗ କରିଥିଲେ । ନିମାପଡା ଜୟଶ୍ରୀ ଛକ ଠାରେ ଏଭଳି ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ଭାରତୀୟ ଆଜାଦ ମଞ୍ଚ ପକ୍ଷରୁ କରାଯାଇଥିବାରୁ ନିମାପଡା ଅଞ୍ଚଳ ବାସୀ ମଞ୍ଚର ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଦେଇ ପ୍ରଶଂସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ