ମାଆ ବୁଢ଼ାକେନ୍ଦୁ ପୀଠରେ ସାଂସ୍କୃତିକ କାର୍ଯ୍ୟକ୍ରମ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଲକ କ୍ଷତ୍ରିୟ ବରପୁର ନିକଟ ମାଆ ବୁଢ଼ାକେନ୍ଦୁ ପୀଠରେ ରବିବାର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବନ୍ଧୁମିଳନ ଅନୁଷ୍ଠିତ ହୋଇଥିଲା। ଏଥି ନିମନ୍ତେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘର ସଭାପତି ଜୟକୃଷ୍ଣ ପଟ୍ଟନାୟକ, ସମ୍ମାନିତ ଅତିଥି ରୂପେ ସମାଜ ସେବୀ ବଳରାମ ରାଉତ, ତମ୍ବାଳ ରାଉତ ଓ ଗୋପାଳ ରାଉତ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ।ନିଜ ନିଜ ଭିତରେ ସୁସମ୍ପର୍କ ରକ୍ଷା କରି ଅନ୍ୟର ସୁଖ ଦୁଃଖରେ ସାହାଯ୍ୟ କରିବା ଏହି ବନ୍ଧୁମିଳନର ଉଦ୍ଦେଶ୍ୟ ବୋଲି ଆୟୋଜକ ଗୋପାଳ ରାଉତ କହିଥିଲେ।ଯେକୋୖଣସି ସମୟରେ ମଧ୍ୟ ଲୋକଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ୟୁଜେଏ ର ସଭାପତି ଜୟକୃଷ୍ଣ ପଟ୍ଟନାୟକ କହିଥିଲେ।ଏହାପରେ ଅଗ୍ରଣୀ ନୃତ୍ୟାନୁଷ୍ଠାନ ୟୁନିକ ଡ୍ୟାନ୍ସ ଏକାଡେମୀ ଭଞ୍ଜନଗର ଓ ସ୍ଥାନୀୟ ନୃତ୍ୟଶିଳ୍ପୀଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଏଥିରେ ବିଚାରକ ଭାବେ ଶିକ୍ଷକ ଛାୟାକାନ୍ତ ମହାପାତ୍ର, ରାଜେନ୍ଦ୍ର କୁମାର ବିଷୋୟୀ ଓ ପ୍ରମୋଦ କୁମାର ଗୌଡ଼ ରହିଥିଲେ।ନୃତ୍ୟରେ ୟୁଡିଏର ଛାତ୍ରଛାତ୍ରୀମାନେ ପ୍ରଥମ ତିନୋଟି ପୁରସ୍କାର ପାଇଥିବା ବେଳେ ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କୁ ସାନ୍ତ୍ୱନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା।ଏଥିସହ ସ୍ଥାନୀୟ ବହୁ କଳାକାର ଓ ମହାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏଥିରେ ଦୁର୍ଲଭ ରାଉତ, ଚନ୍ଦ୍ରକାନ୍ତ ଗୁରୁ, ପଞ୍ଚୁ ଡାକୁଆ, ଗୋପାଳ ଚନ୍ଦ୍ର ଲେଙ୍କା, ପିଣ୍ଟୁ ବିଷୋୟୀ, ଚନ୍ଦନ ଗୌଡ଼, ଚିଦାନନ୍ଦ ବାରିକ ଓ ଅନ୍ୟମାନେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ