ମାଣିତରା ସେବା ସମବାୟ ସମିତି ପକ୍ଷରୁ ଧାନ ସଂଗ୍ରହ

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌): ବୁଗୁଡା ବ୍ଲକର ମାଣିତରା ସେବା ସମବାୟ ସମିତି ପକ୍ଷରୁ ଶୁକ୍ରବାର ଦିନ ଧାନ ସଂଗ୍ରହ ପାଇଁ ଚାଷୀ ସଚେତନତା ସଭା ସମିତି କାର‌୍ୟ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇ ଯାଇଛି।ସମବାୟ ସମିତି ସମ୍ପାଦକ କେ ନିରଞ୍ଜନ ଦୋରା ଉପସ୍ଥିତ ସଦସ୍ୟ ଓ ଚାଷୀ ମାନଙ୍କୁ ଧାନ ମଣ୍ଡି ମାଧ୍ୟମରେ ଧାନ ସଂଗ୍ରହ ପାଇଁ ସରକାର ଜାରି କରିଥିବା ନିୟମ ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ଚଳିତ ବର୍ଷ ଚାଷୀମାନେ ମଣ୍ଡିକୁ ଧାନ ବିକ୍ରି ପାଇଁ ଟୋକେନ୍ ବ୍ୟବସ୍ଥା ବିଷୟ କହିବା ସହ ଜଣେ ଚାଷୀ ଗୋଟିଏ ଥରରେ ସର୍ବାଧିକ ୬୦ କୁଇଣ୍ଟାଲ ଧାନ ବିକ୍ରି କରିବାକୁ ନିୟମ ହୋଇଥିବା ପ୍ରକାଶ କରିଥିଲେ।ଆସନ୍ତା ୧୬ ତାରିଖଠାରୁ ଧାନ ସଂଗ୍ରହ ହେବାକୁ ଥିବାବେଳେ ଶାନ୍ତି ଶୃଙ୍ଖଳା ସହ ପରିଚାଳନା ପାଇଁ କମିଟି ଗଠନ ହୋଇଥିଲା।ସଭ୍ୟ ଭାବେ କାଳିଆ ନାୟକ,ରମେଶ ଚନ୍ଦ୍ର ସାହୁ ଓ ସରପଞ୍ଚ ପ୍ରତିନିଧି ବବୁଲ ନାୟକ ଏବଂ ଚାଷୀମାନଙ୍କ ମଧ୍ୟରୁ ଗୋପାଳ କୃଷ୍ଣ ମହାରଣା, ଅନିଲ କୁମାର ପ୍ରଧାନ ଓ ସୀମାଞ୍ଚଳ ପ୍ରଧାନ ମନୋନୀତ ହୋଇ ଥିଲେ। ନାଏବସରପଞ୍ଚ କାଳୁ ଚରଣ ପ୍ରଧାନଙ୍କ ସମେତ ବହୁ ଚାଷୀ ଏହି ସଭାରେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ