ମାହେଶ୍ୱରୀ ସମାଜ ପକ୍ଷରୁ ରକ୍ତଦାନ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା):ମାହେଶ ନବମୀ ଉପଲକ୍ଷେ ସହର ଉପକଣ୍ଠ ନୂଆସାହି ସ୍ଥିତ ମାହେଶ୍ୱରୀ ଭବନରେ ବାଲେଶ୍ୱର ଜିଲା ମାହେଶ୍ୱରୀ ସମାଜ, ମାହେଶ୍ୱରୀ ମହିଳା ସଙ୍ଗଠନ ଏବଂ ମାହେଶ୍ୱରୀ ଯୁବ ସଂଗଠନର ମିଳିତ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଅଖିଳ ଭାରତୀୟ ମାହେଶ୍ୱରୀ ମହାସଭା ପୂର୍ବାଞ୍ଚଳ ଉପାଧ୍ୟକ୍ଷ କୈଳାସ କାବ୍ରା, ଅଖିଳ ଭାରତୀୟ ମାହେଶ୍ୱରୀ ମହାସଭା ପୂର୍ବାଞ୍ଚଳ ସହ ସମ୍ପାଦକ ଚିତ୍ରମଲ ଧୂତ ଓ ଉତ୍କଳ ପ୍ରାଦେଶିକ ମାହେଶ୍ୱରୀ ସମାଜର ସଭାପତି ସୁଶୀଲ ରାଠୀ ମିଳିତ ଭାବେ ଏହି ଶିବିରକୁ ଉଦଘାଟନ କରିଥିଲେ । ଜିଲା ରକ୍ତଭଣ୍ଡାର ମୁଖ୍ୟ ଡାକ୍ତର ମହେଶ କୁମାର ବିଶ୍ୱାଳ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ଏଭଳି ମହତ କାର୍ଯ୍ୟ ପାଇଁ ଆୟୋଜକଙ୍କୁ ପ୍ରଶଂସା କରିଥିଲେ । ଡାକ୍ତର ବିଶ୍ୱାଳ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଟେକ୍ନିସିଆନ ବସନ୍ତ କୁମାର ଜେନା, ପ୍ରଭାତ କୁମାର ବାରିକ, ମୋନାଲିସା ମହାନ୍ତି ରକ୍ତ ସଂଗ୍ରହ କରିଥିଲେ । ଶିବିର ଶେଷ ସୁଦ୍ଧା ୮୮ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ବାଲେଶ୍ୱର ଜିଲ୍ଲା ମାହେଶ୍ୱରୀ ସମାଜର ଅଧ୍ୟକ୍ଷ ତେରାରତ୍ନ ଭୁତୁରା, ସମ୍ପାଦକ ପଙ୍କଜ ପେରିୱାଲ, ଉପାଧ୍ୟକ୍ଷ ନବୀନ ଚଣ୍ଡକ, ପୂର୍ବତନ ଅଧ୍ୟକ୍ଷ ବିଷ୍ଣୁ ମାରୁ, ମନୋହର ପେରିୱାଲ, ନରେଶ ଲୋଧା, ସୁନୀଲ ଚଣ୍ଡକ, ଶ୍ୟାମସୁନ୍ଦର ଝର, ଜିଲା ମାହେଶ୍ୱରୀ ମହିଳା ସଙ୍ଗଠନର ଅଧ୍ୟକ୍ଷା ବୀଣା ଭୁତ୍ରା, ସମ୍ପାଦିକା ଶ୍ୱେତା ସୁମାନୀ, ପୂର୍ବତନ ଅଧ୍ୟକ୍ଷା ସୀମା ମୁନ୍ଧ୍ରା, ସୁନୀତା ରାଠୀ, ପ୍ରୀତି ଚଣ୍ଡକ, ରଞ୍ଜିତା ଲୋଧା, ଅନୁଜା କାବ୍ରା, ନୀଲିମା ରାଠୀ, ଯୁବ ସଙ୍ଗଠନର ଅଧ୍ୟକ୍ଷ ଆଶିଷ ଭଟ୍ଟର, ସମ୍ପାଦକ କାର୍ତ୍ତିକ ଶ୍ରଦ୍ଧା, ମୁରୁଲୀ ପେରିୱାଲ, ସୌରଭ ରାଠୀ, ପୂର୍ବତନ ଅଧ୍ୟକ୍ଷ କମଳ ରାଠୀ, ପୂର୍ବତନ ସମ୍ପାଦକ ଗୋବିନ୍ଦ ରାଠୀ, ଚନ୍ଦ୍ର ପ୍ରକାଶ କାବ୍ରା, କିସାନ ମୁନ୍ଦ୍ରା, ପିୟୁଷ ସମାନୀ, ସୌଭାଗ୍ୟ ଭୁତ୍ରାଙ୍କ ସମେତ ୩ ସଂଗଠନର ସଂଗଠନର ସମସ୍ତ ସଦସ୍ୟ ସଦସ୍ୟା ଏହି ଶିବିରକୁ ପରିଚାଳନା କରିଥିଲେ ।


