ମା ବ୍ରାହ୍ମଣୀ ଦେବୀଙ୍କୁ ଦର୍ଶନ ପରେ ସ୍ଥାନୀୟ ଜନତାଙ୍କ ସହ ଆଲୋଚନା କଲେ ବିଧାୟକ ପ୍ରଦ୍ୟୁମ୍ନ
ଭଞ୍ଜନଗର,(ସନ୍ତୋଷ ଜେନା):ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଗାୟଗଣ୍ଡା ଗ୍ରାମ ପଞ୍ଚାୟତ ର କିମ୍ଭରଖଣି ଗ୍ରାମ ରେ ଥିବା ମା ବ୍ରାହ୍ମଣୀ ଦେବୀ ଙ୍କ ପବିତ୍ର ସ୍ଥାନ ରେ ବର୍ତ୍ତମାନ ର ବିଜେପି ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଗତ ନିର୍ବାଚନ ଫଳାଫଳକୁ ନେଇ ଏକ ୧୦୮ ନଡ଼ିଆ ବାଡେଇବା ର ମାନସିକ କରିଥିଲେ । ଅପରାହ୍ନ ପ୍ରାୟ ତିନିଟାରେ ମାଙ୍କ ପବିତ୍ର ସ୍ଥାନ ମନ୍ଦିରରେ ପହଞ୍ଚି ପୂଜା ଅର୍ଚନା କରିଥିଲେ । କିମ୍ଭାରଖଣି ଗ୍ରାମରେ ଥିବା ଶ୍ରୀ ହନୁମାନ ମନ୍ଦିର ଠାରେ ପୂଜାର୍ଚ୍ଚନା କରିଥିଲେ ଏବଂ ଗାୟଗଣ୍ଡା ସ୍ଥିତ ମା କଳାପାଟଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦାନ ଦେଇଥିଲେ । ଏହା ସହ କାଳିଆଝୋଲା ଏବଂ କିମ୍ଭରଖଣୀ ଗ୍ରାମ ଲୋକଙ୍କ ସହ ଆଲୋଚନା କରିବା ସମୟରେ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ । ବରିଷ୍ଠ ଆଇନଜୀବୀ ତଥା ଗାୟଗଣ୍ଡା ପଞ୍ଚାୟତର ବିଜେପି ସଭାପତି ଅରୁଣ କୁମାର ପ୍ରଧାନ ଓ ସମସ୍ତ ବିଜେପି କର୍ମୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


