ମୁକ୍ତା ଯୋଜନାର ସଫଳତା ପାଇଁ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲାର ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଫାଇଭ ଟି ଅନ୍ତର୍ଗତ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ( ମୁକ୍ତା ) ଯୋଜନା ମାଧ୍ୟମରେ ସହରକୁ ରୂପାନ୍ତରିତ କାର୍ଯ୍ୟକ୍ରମର ଦକ୍ଷତା ବୃଦ୍ଧି ପାଇ କାର୍ଯ୍ୟକ୍ରମ ମଇ ୨୩ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ମୁକ୍ତା ଯୋଜନାର ସଂଯୋଜକ ସର୍ବେଶ୍ୱର ବାରିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଉପାଧ୍ୟକ୍ଷା ଗୀତାଞ୍ଜଳୀ ପାଢ଼ୀ, କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ, ସିଟି ମିଶନ ମ୍ୟାନେଜର ଡ଼ଃ ବିଭୁ ପ୍ରସାଦ ରାଉତରାୟ ଏବଂ ଏନଏସି ର ଅନ୍ୟ ଅଧିକାରୀ ଓ କର୍ମଚାରୀ ବୃନ୍ଦ ଯୋଗଦେଇଥିଲେ । ମୁକ୍ତା ଯୋଜନା ମାଧ୍ୟମରେ ସହରର ରୁପାନ୍ତିକରଣ କାର୍ଯ୍ୟ କିପରି ସଫଳ ହୋଇପାରିବ ଓ ବର୍ଷା ଜଳ ଅମଳ ପ୍ରକଳ୍ପର ଦକ୍ଷତା ବୃଦ୍ଧି ବିଷୟ ନେଇ ଆଲୋଚନା ହୋଇଥିଲା । ବୁଗୁଡା ସହରକୁ ଆଦର୍ଶ ସହର ଭାବେ ପରିଣତ କରିବା ପାଇଁ ଓ ମୁକ୍ତା ଯୋଜନା କାର୍ଯ୍ୟର ସଫଳ ରୂପାୟନ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ଥିବା ନେଇ ଅଧ୍ୟକ୍ଷ ଶ୍ରୀ ପ୍ରଧାନ, ଉପାଧ୍ୟକ୍ଷା ଶ୍ରୀମତୀ ପାଢ଼ୀ ଓ ଏନଏସି ଇଓ ଶ୍ରୀ ଦାଶ ମତ ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ