ଜିଲ୍ଲାସ୍ତରୀୟ ପାଇକ ଆଖଡ଼ା ସମାବେଶ : ପାଇକଙ୍କ ତ୍ୟାଗ ଓ ବଳିଦାନ ଅତୁଳନୀୟ

ଖୋର୍ଦ୍ଧା, (ଯୁଗାବ୍ଦ ନ୍ୟୁଜ) :-ଖୋର୍ଦ୍ଧା ନିକଟ ଉଇଲକିଶନ ନଗର (ସାହେବ ନୂଆଗାଁ)ଠାରେ ଖୋର୍ଦ୍ଧା ପାଇକ ଆଖଡ଼ା ସଂଘ ଦ୍ୱାରା ଜିଲ୍ଲାସ୍ତରୀୟ ପାଇକ ଆଖଡ଼ା ସମାବେଶ ଓ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧା ପାଇକ ଆଖଡ଼ା ସଂଘର ସଭାପତି ଶମ୍ଭୂନାଥ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅତିଥି ରୂପେ ଅଧ୍ୟାପକ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ, ନିୟୁଥିଙ୍କିଙ୍ଗ୍ ଫୋରମ୍‌ର ସଭାପତି ନରେନ୍ଦ୍ର ପୃଷ୍ଟି, ଅଧ୍ୟାପକ ଗୋପାଳକୃଷ୍ଣ ଦାସ, ଖଣ୍ଡାୟତ କ୍ଷତ୍ରୀୟ ମହାସଂଘର ସଭାପତି ଯୋଗିନାଥ ବଳିଆରସିଂହ, ରଘୁ-ଦିବାକର ସ୍ମୃତି ସଂସଦର ସାଧାରଣ ସମ୍ପାଦକ ବ୍ରଜବନ୍ଧୁ ପରିଡ଼ା, ଦେବପ୍ରସାଦ ମଜୁମଦାର ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରଥମେ ଉକ୍ତ ଗ୍ରାମର ଦିବଂଗତ ପାଇକ ଗୁରୁ ପ୍ରଫୁଲ୍ଲ ଚନ୍ଦ୍ର ବିଶ୍ୱାଳ ଓ ଦୀନବନ୍ଧୁ ବିଶ୍ୱାଳଙ୍କ ଫଟୋଚିତ୍ର ତଳେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଏ ପାଇକମାନଙ୍କ ତ୍ୟାଗ ଓ ଆତ୍ମ ବଳିଦାନ ଅତୁଳନୀୟ ତାକୁ କେହି କେବେ ଭୁଲିପାରିବା ନାହିଁ । ଗାଁ ଗହଳିରେ ଏବେବି ପାଇକମାନେ ସୁପ୍ତ ଅବସ୍ଥାରେ ଅଛନ୍ତି । ତେବେ ରାଜ୍ୟ ସରକାର ଏଇ ପାଇକ ଆଖଡ଼ା ସଂଘ ପାଇଁ ଘର ସହିତ ପିଲାଙ୍କ ପାଠ୍ୟପୁସ୍ତକରେ ପାଇକ କଳା ପରମ୍ପରାକୁ ସ୍ଥାନିତ କରିବା, ଲୁପ୍ତ ପାଇକ ଆଖଡ଼ାକୁ ଉଦ୍‌ଜୀବିତ କରିବା ଏହି ସମାବେଶ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଜଣାଇବାକୁ ଏହାର ମୁଖ୍ୟ ଲକ୍ଷ୍ୟ ବୋଲି ଅତିଥିମାନେ କହିଥିଲେ । ଏହି ଅବସରରେ ପୁରୀ, କଣାସ ପାଇକ ଗୁରୁ ରମେଶ ଚନ୍ଦ୍ର ରାଉତରାୟ, କେଦାରଶ୍ୱର ଜଗଦେ, କେଶବଚନ୍ଦ୍ର ବରାଳ, କରଡ଼ଗାଡ଼ିଆର ବିରଞ୍ଚି କୁମାର ଜଗଦେଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭିନ୍ନ ଅଞ୍ଚଳରୁ ୩୦ଟି ପାଇକ ଦଳ ନିଜ ପାଇକ କଳା ପ୍ରଦର୍ଶନ କରିଥିଲେ । ଏହି ସମାବେଶ ସଭା ପୂର୍ବରୁ ବିଭିନ୍ନ ଅଞ୍ଚଳରୁ ଆସିଥିବା ପାଇକ ଦଳ ଓ ଅତିଥିମାନେ ଗ୍ରାମର ମା ଅଂଳାଇ ଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରି ମଶାଲ ଧରି ଏକ ଶୋଭାଯାତ୍ରା ସହିତ ଗ୍ରାମ୍ୟ ପରିକ୍ରମା କରିଥିଲେ । ସମ୍ପାଦକ କବିରାଜ ପ୍ରଧାନଙ୍କ ଆୟୋଜନରେ ମନୋଜ କୁମାର ବିଶ୍ୱାଳ, ରବୀନ୍ଦ୍ର କୁମାର ପ୍ରଧାନ, କେଦାର ସାହାଣୀ, ସୁରେଶ ଚନ୍ଦ୍ର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ