ରାଇରଙ୍ଗପୁରରେ ପଙ୍ଖାରେ ଝୁଲି ମହିଳାଙ୍କ ଆତ୍ମହତ୍ୟା

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଲିଙ୍କ ରୋଡରେ ଜନୈକ ମହିଳା ଘରେ ପଙ୍ଖାରେ ଚୁନୁରି ଲଗାଇ ଆତ୍ମହତ୍ୟା କରିଛି ବୋଲି ପରିବାର ଲୋକେ କହିଛନ୍ତି। ସୂଚନାଯୋଗ୍ୟ ଅଙ୍ଗାରପଦା ଗ୍ରାମର ଜଗଦୀଶ ବାସ୍କେ , ତାଙ୍କର ସ୍ତ୍ରୀ ଓ ପୁଅ ଝିଅଙ୍କୁ ନେଇ ରାଇରଙ୍ଗପୁରରେ ନିଜ ସଂପର୍କୀୟ ଘରେ ଭଡ଼ାରେ ରହୁଥିଲେ । ସୋମବାର ଦିନ ଖରାବେଳେ କେହି ନ ଥିବା ସମୟରେ ଜଗଦୀଙ୍କ ସ୍ତ୍ରୀ ସୀତାମଣି ବାସ୍କେ ମାନସିକ ଭାରସାମ୍ୟ ହରାଇ ପଙ୍ଖାରେ ଝୁଲି ଜୀବନ ହାରି ଦେଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ।ମୃତକଙ୍କୁ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ସ୍ଥାନାନ୍ତରିତ କରିଛି । ମଙ୍ଗଳବାର ଦିନ ଶବ ବ୍ୟବଚ୍ଛେଦ ହେବ ମୃତ୍ୟୁ ର କାରଣ ଅସ୍ପଷ୍ଟ ଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ