ସାର ର ଅଭାବୀ ବିକ୍ରି କୁ ନେଇ ଧାରଣା

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଞ୍ଜ ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ଏବଂ ଏବେ ଚାଷ ସମୟ ହେଇଥିବାରୁ, ସରକାର ଙ୍କ ତରଫରୁ ରିହାତି ଦର ରେ ଯୋଗେଇ ଦେବାକୁ ଥିବା ସାର ଏବଂ କୀଟନାଶକ,ଠିକ ସମୟ ରେ ଚାଷୀ ପାଖରେ ପହଂଚି ପାରୁନି। ଫଳରେ ଚାଷୀ ମାନେ ୫୪୦ ତଙ୍କାର ସାରକୁ ୧୨୦୦ ଟଙ୍କାରେ ବାହାର ଦୋକାନ ରୁ ସାର କିଣି ବାକୁ ପଡୁଛି।ଏହାର ବିରୋଧ କରି ନବ ନିର୍ମାଣ କୃଷକ ସଙ୍ଗଠନ କର୍ମକର୍ତ୍ତା ମାନେ କୁଳିଅଣା ଲ୍ୟାମ୍ପ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ରେ ବସିଛନ୍ତି।ଯଦି ଚାଷୀ ଙ୍କୁ ରିହାତି ଦର ରେ ସାର ଏବଂ କୀଟନାଶକ ସରକାର ଯୋଗେଇ ନ ଦିଅନ୍ତି ତାହାଲେ ଆଗାମୀ ଦିନ ରେ ଆନ୍ଦୋଳନ କୁ ବ୍ୟାପକ କରାଯିବ ବୋଲି କହିଛନ୍ତି କର୍ମକର୍ତା ମାନେ।ଅନ୍ୟପଟେ ଲ୍ୟାମ୍ପ ର ନିର୍ଦେଶକ ସାର ର ଅଭାବୀ ବିକ୍ରି କୁ ଖଣ୍ଡନ କରିବା ସହିତ ସାର ଚାଷୀ ମାନଙ୍କ ଠିକ ସମୟ ରେ ଯୋଗେଇ ଦିଆ ଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ