ଲାୟନ୍ସ କ୍ଲବ ଅଫ ବାଲେଶ୍ୱର ଫେଟାର୍ନିଟି’ର ଭିନ୍ନକ୍ଷମ ଚିହ୍ନଟ ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱର ଲାୟନ୍ସ କ୍ଲବ, ମହିଳା ଶାଖା ଉମଙ୍ଗ, ଲାୟନ୍ସ କ୍ଲବ ସ୍ୟାଣ୍ଡସିଟି ଓ ୟୁଥ ଲାୟନ୍ସ କ୍ଲବ ପ୍ରଭୃତି ଲାୟନ୍ସ ଅନୁଷ୍ଠାନର ମିଳିତ ‘ଲାୟନ୍ସ କ୍ଲବ ଅଫ ବାଲେଶ୍ୱର ଫେଟର୍ନିଟି’ପକ୍ଷରୁ ଦୁଇଦିନିଆ ନିଃଶୁଳ୍କ ଭନ୍ନକ୍ଷମ ଚିହ୍ନଟ ଶିବିର ଶନିବାର ଉଦଘାଟିତ ହୋଇଯାଇଛି । ବାଲେଶ୍ୱର ଲାୟନ୍ସ କ୍ଲବ ପରିସରରେ ଆୟୋଜିତ ଶିବିରକୁ ଲାୟନ୍ସ କ୍ଲବ ସି-୨୨ସି-୫ ଜିଲା ଗଭର୍ଣ୍ଣର ଲାୟନ ଶ୍ରୀଭଗବାନ ଗୁପ୍ତା ମୁଖ୍ୟଅତିଥି ଭାବେ ଉଦଘାଟନ କରିଥିଲେ । ଏହି ଶିବିରରେ ପ୍ରାୟ ୪ଶହ ଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ ପାଇଁ ଚିହ୍ନଟ କରାଯିବ । ସ୍ୱର୍ଗତ ଗୀତାଦେବୀ ଜଲାନଙ୍କ ସ୍ମୃତିରେ ଜାମସେଦପୁରସ୍ଥିତ ଭଗବାନ ମହାବୀର ବିକଳାଙ୍ଗ ସହାୟତା ସମିତି ସହାୟତାରେ ଚିହ୍ନିତ ଭିନ୍ନକ୍ଷମମାନଙ୍କୁ ହାତ ଗୋଡ଼ ପ୍ରଭୃତି କୃତ୍ରିମ ଅଙ୍ଗ, ଶ୍ରବଣ ଯନ୍ତ୍ର ଇତ୍ୟାଦି ଦିଆଯିବ ବୋଲି ଜିଲା ଗଭର୍ଣ୍ଣର ଶ୍ରୀ ଗୁପ୍ତା ସୂଚନା ଦେଇଥିଲେ । ଏହି ଲାୟନ୍ସ କ୍ଲବ ପକ୍ଷରୁ ବିଭିନ୍ନ ସେବାମୂଳକ କାର୍ଯ୍ୟ କରାଯିବା ସହିତ ନିୟମିତ ବ୍ୟବଧାନରେ ଚକ୍ଷୁରୋଗୀଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଉଛି । ଏନେଇ ବାଲେଶ୍ୱରରେ ଚକ୍ଷୁ ଚିକିତ୍ସାଳୟ କାର୍ଯ୍ୟକ୍ଷମ ରହିଛି ବୋଲି ବାଲେଶ୍ୱର ଲାୟନ୍ସ କ୍ଲବର ବରିଷ୍ଠ କାର୍ଯ୍ୟକାରୀ ସଦସ୍ୟ ଅଏନ ସେନ ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜୋନ ଚେୟାରପର୍ସନ ସୌମିକ ଖଣ୍ଡେଲୱାଲ, ମନିଷା ଦାସ, କ୍ଲବର ସମ୍ପାଦକ ଗୋପାଲ ଖଣ୍ଡେଲୱାଲ, ବରିଷ୍ଠ କାର୍ଯ୍ୟକର୍ତା ବିଷ୍ଣୁ ମାରୁ, ମହିଳା କ୍ଲବ ଉମଙ୍ଗର ସଭାପତି ଉର୍ମିଳା ଦାସ, ସମ୍ପାଦିକା ଦୀପ୍ତି ଦାସ, ୟୁଥ କ୍ଲବର ସଭାପତି ସୌରଭ ଖଣ୍ଡେଲୱାଲ, ସମ୍ପାଦକ ରାଜୀବ ଖଣ୍ଡେଲୱାଲ ପ୍ରମୁଖ ଏହି ଶିବିରରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ । ଶିବିରରେ ଚିହ୍ନଟ ହେଉଥିବା ଭିନ୍ନକ୍ଷମମାନଙ୍କୁ ଆସନ୍ତା ୨ମାସ ମଧ୍ୟରେ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଯୋଗାଇ ଦିଆଯିବ ବୋଲି କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ