ଲୋକ ପ୍ରଶାସନ ବିଷୟ ରେ ସ୍ଵର୍ଣ୍ଣ ପଦକ ପାଇଲେ ପ୍ରଧାନ ଶିକ୍ଷକ

ସୋରଡା, (ରଜନୀକାନ୍ତ ମହାପାତ୍ର):ଓଡିଶା ରାଜ୍ୟ ମୁକ୍ତ ବିଶ୍ଵ ବିଦ୍ୟାଳୟ ସମ୍ବଲପୁର ଦ୍ଵାରା ପରିଚାଳିତ ସ୍ନାତକୋତର ଲୋକ ପ୍ରଶାସନ ବିଷୟ ରେ ୮୩ ପ୍ରତି ସତ ମାର୍କ ରାଖୀ ସ୍ଵର୍ଣ ପଦକ ପାଇବା ସହ ସୋରଡା ପାଇଁ ଗର୍ବ ଆଣିଛନ୍ତି ଟେକନିକାଲ ଉଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁରେଶ ବଳିଆରସିଙ୍ଗ। ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ୫ମ ସମବର୍ତନ ଉତ୍ସବ ରେ ବରିଷ୍ଠ ଶିକ୍ଷକ ସୁରେଶ ବଳିଆରସିଙ୍ଗ ଙ୍କୁ ଲୋକ ପ୍ରଶାସନ ବିଷୟ ଉପରେ ୮୩ ପ୍ରତିଶତ ରଖି ପ୍ରଥମ ସ୍ଥାନ ହାସଲ କରିଥିବା ଯୋଗୁଁ ସ୍ଵର୍ଣ ପଦକ ଦେଇ ସମ୍ମାନିତ କରାଯାଇଛି। ପ୍ରଧାନ ଶିକ୍ଷକ ସୁରେଶ ବଳିଆରସିଙ୍ଗ ଆଜକୁ ୨୭ ବର୍ଷ ହେଲା ସୋରଡା ଟେକନିକାଲ ଉଚ ବିଦ୍ୟାଳୟ ରେ ବିଜ୍ଞାନ ଓ ଗଣିତ ବିଷୟ ରେ ଶିକ୍ଷାଦାନ କରିଆସୁଛନ୍ତି। ଏହି ଦୁଇ ବିଷୟ ସହ ଅନ୍ୟାନ ବିଷୟ ରେ ମଧ୍ୟ ତାଙ୍କ ର ରୁଚି ଅଧିକ । ପ୍ରଧାନ ଶିକ୍ଷକ ଭାବେ ତାଙ୍କର ଉତମ ପ୍ରଶାସନିକ ଦକ୍ଷତା ଯୋଗୁଁ ଗତ ୧୭ ବର୍ଷ ଧରି ବିଦ୍ୟାଳୟ ହାରାହାରି ୮୫ ପ୍ରତିଶତ ପରିକ୍ଷାଫଳ ରଖିବାରେ ସଫଳ ହୋଇଛି ଏହା ସହ ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ବିଦ୍ୟାଳୟ କୁ ଲଗାତାର ତୃତୀୟ ଥର ଉତମ ବିଦ୍ୟାଳୟ ରୂପେ ପୁରସ୍କାର ପ୍ରାପ୍ତି ହୋଇଛି। ସମାବର୍ତନ ଉତ୍ସବ ରେ ବିଜୁ ପଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ର ପୂର୍ବତନ କୁଳପତି ତଥା ଖଡଗପୁର ଆଇଆଇଟି ରେ ପୂର୍ବତନ ନିର୍ଦେଶକ ପ୍ରୋଫେସର ଦାମୋଦର ଆଚାର୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରିଷ୍ଠ ଶିକ୍ଷକ ସୁରେଶ ବଳିଆରସିଙ୍ଗ କୁ ସ୍ଵର୍ଣ ପଦକ ଦେଇଥିବା ବେଳେ ସମ୍ବଲପୁର ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରୋଫେସର ଅର୍କ ଦାସ ମହାପାତ୍ର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ସୁରେଶ ବଳିଆରସିଙ୍ଗ ଙ୍କ ଏହି ସଫଳତା ପରେ ସୋରଡା ରେ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ