ଶିକ୍ଷକ ଶିକ୍ଷୟତ୍ରୀ ମାନେ ଅଧିକ ଦାୟିତ୍ୱବାନ ହେବା ଉଚିତ
ହାଟଡ଼ିହି : ନିଉଦାନୀ, ସୋସୋ କାନପୁର ସରସ୍ୱତୀ ଶିଶୁ ମନ୍ଦିରର ଦ୍ୱିତୀୟ ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଶିକ୍ଷାବିତ ତଥା ନିମ୍ନମାଧ୍ୟମିକ ଶିକ୍ଷକ ସଂଘର ସଭାପତି ହରମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଉଳା କଲେଜର ଅଧ୍ୟକ୍ଷ ଶିବଚରଣ ଖାମୁରାଇ, ମୁଖ୍ୟ ବକ୍ତା ଭାବେ ନିମ୍ନମାଧ୍ୟମିକ ଶିକ୍ଷକ ସଂଘର ଜିଲ୍ଲା ସମ୍ପାଦକ ତଥା ବିଶିଷ୍ଟ ସାହିତ୍ୟିକ ଅନ୍ତର୍ଯ୍ୟାମୀ ରାଉତ, ସମ୍ମାନୀତ ଅତିଥି ଭାବେ ଡାକ୍ତର ଦେବବ୍ରତ ଖୁଣ୍ଟିଆ, ସାମ୍ବାଦିକ କିଶୋର ଚନ୍ଦ୍ର ଆଚାର୍ଯ୍ୟ, ଆଦର୍ଶ ଶିକ୍ଷକ ମୋହନ କୁମାର ମହାନ୍ତି, ଅବସରପ୍ରାପ୍ତ ସିଆରସିସି ତଥା ଯୋଗଗୁରୁ ବୃନ୍ଦାବନ ବେହେରା, ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ବିଶ୍ୱାଳ, ସମାଜସେବୀ ବିକ୍ରମ କେଶରୀ ବିଶ୍ୱାଳ, ଶିଶୁମନ୍ଦିର ପରିଚାଳନା କମିଟିର ସଭାପତି ନିରଞ୍ଜନ ରାଉତ, ଶିକ୍ଷାବିତ ନାରାୟଣ ମହାରଣା, ସମାଜସେବୀ ଚକ୍ରବର୍ତ୍ତୀ ପଣ୍ଡା ପ୍ରମୁଖ ଯୋଗଦେଇ ବର୍ତ୍ତମାନ ସମୟରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଅଧିକ ଦାୟିତ୍ୱବାନ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯତ୍ନବାନ ହେଲେ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଶକ୍ତିର ବିକାଶ ଘଟି ପାରିବ ବୋଲି ମତଦେଇଥିଲେ । ପ୍ରଧାନ ଗୁରୁଜୀ ଅନାଦି ଚରଣ ବିନ୍ଧାଣି ଅତିଥି ପରିଚୟ ପ୍ରଦାନ କରିବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବାବେଳେ ବାର୍ଷିକ କ୍ରୀଡାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ମାନପତ୍ର ସହିତ ପୁରସ୍କାର ପ୍ରଦାନ କରିଥିଲେ । ଗୁରୁମାଙ୍କ ଦ୍ୱାରା ଗୁରୁବନ୍ଦନା ଗାନ କରାଯାଇଥିବାବେଳେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ଗୁରୁମା ମାନାରାଣୀ ପଣ୍ଡା, ପ୍ରଭାସିନୀ ରାଉତ, ଚିତ୍ରଲେଖା ସାମଲ, ଜୟନ୍ତୀ ନାହାକ, ଶାଶ୍ୱତୀ ପ୍ରଧାନ, ନେହାନାଜ ଖାତୁନ, ସ୍ନେହଲତା ବାରିକ, ସନ୍ଧ୍ୟାରାଣୀ ଜେନା, ସ୍ନେହଲତା ଖୁଣ୍ଟିଆ, ବିଭୁ ପ୍ରସାଦ ବଳ, ହିତେଶ ଭୋଇ, ଖଗେଶ୍ୱର ସିଂହ, ହେମନ୍ତ ବିଶ୍ୱାଳ ପ୍ରମୁଖ ଗୁରୁଜୀ ଗୁରୁମା ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ଶତାଧିକ ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ଅଭିଭାବକ, ଅଭିଭାବିକା ମାନେ ଯୋଗଦେଇଥିଲେ ।


