ଶ୍ରୀଜଗନ୍ନାଥ ଙ୍କ ସମ୍ପତ୍ତି ହଡପ ଅଭିଯୋଗ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ତହସିଲ ଅଧିନସ୍ଥ ଚିତ୍ରେଶ୍ୱରୀ ଆର ଆଇ ସର୍କଲ ଭାଣପୁର ମୌଜାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଚଳାଚଳ ସମ୍ପତ୍ତି ରହିଛି l ସେଥିମଧ୍ୟରୁ ଏକଏକର ପଚିଶ ଡ଼ିସିମିଲି ଜାଗାକୁ ସେହି ମୌଜାର ଜନୈକ ବ୍ୟକ୍ତି ଅତି ଚଞ୍ଚକତା ଭାବେ ନିଜ ନାମରେ ସ୍ଥିତିବାନ ପଟ୍ଟା କରାଇନେବା ଏବଂ ଉକ୍ତ ଜମିକୁ ଜନୈକା ମୁସୁଲିମ ମହିଳାଙ୍କୁ ବିକ୍ରି କରିବା ଘଟଣାକୁ ନେଇ କୁରୁଜଙ୍ଗ ଗ୍ରାମପଞ୍ଚାୟତ ମହାପ୍ରଭୁ ଶ୍ରୀଜଗନ୍ନାଥ ସମ୍ପତ୍ତି ସୁରକ୍ଷାସମିତି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି l ଏମିତିକି ଉକ୍ତ ଜମିକୁ ଫେରାଇ ଆଣିବା ସହ ପଟ୍ଟାକୁ ରଦ୍ଦ କରି ପୁନର୍ବାର ମହାପ୍ରଭୁଙ୍କ ନାମରେ ରେକର୍ଡ କରାଯିବା ପାଇଁ ଶ୍ରୀଜଗନ୍ନାଥ ସମ୍ପତ୍ତି ସୁରକ୍ଷା ସମିତିର କର୍ମକର୍ତ୍ତା ଓ ସଭ୍ୟମାନେ ପୁରୀ ଜିଲ୍ଲାପାଳ , ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପ୍ରଶାସକ , ୫ ଟି ସଚିବ , ଦେବୋତ୍ତର ବିଭାଗ କମିଶନର ଓ କାକଟପୁର ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି l ଖବରରୁ ପ୍ରକାଶ ଯେ, ଭାଣପୁର ମୌଜାର ଖାତା ନମ୍ବର ୧୬୨ ସତ୍ତ୍ୱ ବେ ବନ୍ଦୋବସ୍ତ ଥାଇ ଶ୍ରୀ ଜଗନ୍ନାଥ ମହାପ୍ରଭୁ ,ବିଜେ ପୁରୀ ମାଫତ ଏଣ୍ଡମେଣ୍ଟ ଟ୍ରଷ୍ଟିବୋର୍ଡ ତରଫ ଏଜ୍ୟୁଟିଭି ଅଫିସର ଦକ୍ଷିଣପାର୍ଶ୍ଵ ମଠ ପୁରୀଙ୍କ ନାମେ ହାଲ ବନ୍ଦୋବସ୍ତ ସତ୍ତ୍ୱଲିପିରେ ରେକର୍ଡ ପୂରଣ ଥାଇ ଉକ୍ତ ଖାତାରେ ମୋଟ ଦୁଇ ଏକର ଷାଠିଏ ଡ଼ିସିମିଲ ରେକର୍ଡ ଥିଲା l ସେଥିମଧ୍ୟରୁ ପ୍ଲଟ ନମ୍ବର ୬୯୫ ଏକ ଏକର ପଚିଶ ଡ଼ିସିମିଲି ଜମିକୁ ଚଞ୍ଚକତା କରି ଭାଣପୁର ମୌଜାର ଜୈନିକ ବ୍ୟକ୍ତି ଖାତା ନମ୍ବର ୧୫୨/୭୬ ରେ ନିଜ ନାମରେ ସ୍ଥିତିବାନ ରେକର୍ଡ କରାଇନେଇଥିଲେ l ବର୍ତ୍ତମାନ ସେହି ସମ୍ପତ୍ତିକୁ ଉକ୍ତ ବ୍ୟକ୍ତି ଜନୈକା ମୁସୁଲିମ ମହିଳାଙ୍କ ନାମରେ , ଏବଂ ସେହି ମହିଳାଙ୍କ ଏକ ସଂସ୍ଥା ନାମରେ ରେଜେଷ୍ଟ୍ରି କରିଦେଇଛନ୍ତି l ଏଠାରେ ପ୍ରକାଶ ଥାଉକି ଉକ୍ତ ସମ୍ପତ୍ତିରେ ମଠର ଜଗୁଆଳି ଭାବେ ୧୦ ଘର ହରିଜନ ପରିବାର ପୁରୁଷାନୁକ୍ରମେ ଆଜକୁ ଏକ ଶହ ବର୍ଷରୁ ଅଧିକ ସମୟ ଧରି ଘର ଦ୍ୱାର କରି ବସବାସ କରି ଆସୁଛନ୍ତି ବୋଲି ଶ୍ରୀଜଗନ୍ନାଥ ମହାପ୍ରଭୁ ସମ୍ପତ୍ତି ସୁରକ୍ଷା ସମିତିର ଆବାହକ ବ୍ରଜବନ୍ଧୁ ପରିଡା, ସୁରେନ୍ଦ୍ର କୁମାର ଖୁଣ୍ଟିଆ , ରଘୁନାଥ ପରିଡା , ଘନଶ୍ୟାମ ପରିଡା , ରବି ନାରାୟଣ ବାରିକ , ବିଜୟ କାଣ୍ଡି , ତ୍ରିନାଥ କାଣ୍ଡି , ମାନସ ଜେନା , କୈଳାସ କାଣ୍ଡି , ପୂର୍ଣ୍ଣ ଚନ୍ଦ୍ର ଜେନା , କୁବେର ନାୟକଙ୍କ ସମେତ ଶତାଧିକ ପଞ୍ଚାୟତବାସୀ ସେମାନଙ୍କ ସ୍ଵାକ୍ଷର ସମ୍ମଳିତ ଦାବୀ ପତ୍ରରେ ଦର୍ଶାଇଛନ୍ତି। ତୁରନ୍ତ ଉକ୍ତ ବିକ୍ରି ଖର୍ଦି ପଟ୍ଟା କୁ ରଦ୍ଦ କରି ଜମି କୁ ପୁନଃ ଶ୍ରୀ ଜଗନ୍ନାଥ ମହାପ୍ରଭୁ, ବିଜେ ପୁରୀ ନାମରେ ରେକର୍ଡ କରିବାକୁ ସମସ୍ତେ ଦାବି କରିଛନ୍ତି।


