ଶ୍ରୀରାମ ନବମୀ ଶୋଭାଯାତ୍ରାକୁ ଶୃଙ୍ଖଳିତ ଓ ଶ୍ରଦ୍ଧାପୂର୍ଣ୍ଣ କରିବାକୁ ଦାବି

ବାଲେଶ୍ୱର, (ସରୋଜ ପଣ୍ଡା):ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମଦିନ ରାମନବମୀରେ ହେଉଥିବା ଶୋଭାଯାତ୍ରାରେ ବିଭିନ୍ନ ସ୍ଥାନରେ ମାରଣାସ୍ତ୍ର ସାମିଲ ହେବା, ସଂଖ୍ୟାଲଘୁ ଗୋଷ୍ଠୀ ବିରୋଧରେ ଉତ୍ତେଜନାପୂର୍ଣ୍ଣ ଭାଷଣ, ଡିଜେ ବଜାଇ ଶବ୍ଦ ପ୍ରଦୂଷଣ କରିବା, ବିଶେଷକରି ରାମ ନବମୀରେ ଏକ ନିର୍ଦ୍ଦିଷ୍ଟ ଦକ୍ଷିଣପନ୍ଥୀ ସଙ୍ଗଠନ ଦ୍ୱାରା ହିନ୍ଦୀ ଭାଷାରେ ସାମ୍ପ୍ରଦାୟିକ ମନୋଭାବ ସୃଷ୍ଟି ହେବା ଆଶଙ୍କା ପ୍ରକାଶ କରିଛନ୍ତି ବିଭିନ୍ନ ସାମାଜିକ ସଂଗଠନ । ପ୍ରଭୁ ରାମଚନ୍ଦ୍ର ଥିଲେ ସତ୍ୟ, ନ୍ୟାୟ ଓ ବିବେକର ପ୍ରତୀକ । ସେ କେବଳ ପ୍ରଜାବତ୍ସଳ ନଥିଲେ ବରଂ ବାନର, ଗୁଣ୍ଡୁଚି ମୂଷା, ଭଲ୍ଲୁକମାନଙ୍କ ଭଳି ବିଭିନ୍ନ ଜୀବଙ୍କର ସଖା ତଥା ବନ୍ଧୁ ହୋଇପାରିଥିଲେ । ତାଙ୍କର ଜନ୍ମଦିବସରେ ଭୟର ବାତାବରଣ ସୃଷ୍ଟି କରିବା ନିଶ୍ଚୟ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରତି ଅପମାନ । ବିଗତ ବର୍ଷମାନଙ୍କରେ କେତକ ସଙ୍ଗଠନ ଶ୍ରୀ ରାମନବମୀ ପାଳନ ଆଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଶାନ୍ତି ସୃଷ୍ଟି ପାଇଁ ପ୍ରୟାସ କରିଥିଲେ । ଏହି ଶୋଭାଯାତ୍ରାକୁ ଶ୍ରଦ୍ଧାପୂର୍ଣ୍ଣ, ଶୃଙ୍ଖଳିତ କରିବା ଓ ଡିଜେ ସାଉଣ୍ଡକୁ ଅନୁମତି ନ ଦେବାକୁ ବାଲେଶ୍ୱର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି ଓ ଉତ୍କଳ ସର୍ବୋଦୟ ମଣ୍ଡଳ ପକ୍ଷରୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ର ଦେବା ବେଳେ ମଣ୍ଡଳର ରାଜ୍ୟ ସଭାପତି ମିହିର ପ୍ରତାପ ଦାସ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର କେନ୍ଦ୍ରୀୟ କମିଟି ସଦସ୍ୟ ଡ଼ା ବିଶ୍ୱଜିତ, ରାଜ୍ୟ ସଦଭାବନା ସେଲ ସଂଯୋଜକ ସେକ ନାସିର ବକ୍ସ, ବାଲେଶ୍ୱର ଜିଲ୍ଲା ସର୍ବୋଦୟ ମଣ୍ଡଳ ସଭାପତି ବିଧାନଚନ୍ଦ୍ର ରାୟ, କମଳାକାନ୍ତ ପାଲ, ସୁରଜିତ କୁମାର ପୋଥାଳ, କବିତା ଦାସ, ପ୍ରତୀମା ପଣ୍ଡା, ପ୍ରଜ୍ଞାପରମିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ