ଶ୍ରୀ ଜଗନ୍ନାଥ ସମାଜ କଲ୍ୟାଣ ସଂସ୍ଥାନ ପକ୍ଷରୁ ଓଡ଼ିଆ ନବ ବର୍ଷ ପାଳିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :-ଶ୍ରୀ ଜଗନ୍ନାଥ ସମାଜ କଲ୍ୟାଣ ସଂସ୍ଥାନ ଆନୁକୂଲ୍ୟରେ ଅର୍କଶ୍ରୀ ଶିଳ୍ପୀ ବଟିକା ପରିସରରେ ଓଡ଼ିଆ ନବ ବର୍ଷ ମହାବିଷୁବ ପଣା ସଂକ୍ରାନ୍ତି ସମାରୋହ ଅବସରରେ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ଏହି କଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋଣାର୍କ ବିଜ୍ଞାପିତ ଅଚଳର ଅଧକ୍ଷା ସଂଯୁକ୍ତା ତ୍ରିପାଠୀ ଯୋଗଦେଇ ନିଜର ଅଭିଭାଷଣ ପ୍ରଦାନ କରିଥଲେ । ମୁଖ୍ୟ ବକ୍ତା ପୁନେଷ ସେନାପତି ଜଗନ୍ନାଥ ସଂସ୍କୃତି ବିଷୟରେ ଆଲୋକପାତ କରିଥିଲେ । ସଂମ୍ନାନିତ ଅତିଥି  ମଧ୍ୟରେ ପରିବେଶବିତ ଉମେଶ ସ୍ୱାଇଁ , ଗବେଷକ ସୁବାସ ଚନ୍ଦ୍ର ବରାଳ,ବରିଷ୍ଠ ସାମ୍ବାଦିକ ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର , କୋଣାର୍କ ଗବେଷକ ଡାକ୍ତର ଉପେନ୍ଦ୍ର ନାଥ ଭୋଳ, ସମାଜ ସେବୀ ରାମକୃଷ୍ଣ ମହାନ୍ତି ଅଭିଭାଷଣ ଆଲୋକପାତ  କରିଥିଲେ । ଶିକ୍ଷାବିତ ପ୍ରତାପ କୁମାର ରାଉତ ଏହି କାର୍ଯ୍ୟକ୍ରମରେ ଅତି ସୁନ୍ଦର ଭାବରେ ମଞ୍ଚ ପରିଚାଳନା କରୁଥିବାର ଦେଖିବକୁ ମିଳିଥିଲା । ସଂସ୍କୃତି ପ୍ରେମୀ ଶ୍ରୀ ଜଗନ୍ନାଥ ସମାଜ କଲ୍ୟାଣ ସଂସ୍ଥାନର ସମ୍ପାଦକ ବିରଞ୍ଚି ନାରାୟଣ ରଥ ଓ ସଭାପତି ଲିଙ୍ଗରାଜ ମିଶ୍ର, ସେବା ସଂଗଠନର କୁନାଲ ପାତ୍ର , ପ୍ରଦୀପ୍ତ କୁମାର ପ୍ରଧାନ ଓ କୋଣାର୍କ ପରିବାର ର କାଁହୁଚରଣ ପାତ୍ର ଧର୍ମପଦ ସଂଗଠନ ର ସୌଭାଗ୍ୟ ସ୍ଵାଇଁ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଶୋଭନୀୟ ଶିକ୍ଷାଶ୍ରମ ର ଶିକ୍ଷୟତ୍ରୀ ମନୋରମା ମିଶ୍ର ବିଦୁଲତା ଶତପଥି ଗୀତା ସାହୁ ଙ୍କ ନେତୃତ୍ୱରେ ଶୋଭନୀୟ ଶିକ୍ଷାଶ୍ରମର ଶିଶୁ ଛାତ୍ର ମାନେ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ