ସଦର ବିଜେପି ପକ୍ଷରୁ ପୁଲିସ ଡିଜିଙ୍କ ବିରୋଧରେ ଏତଲା

ବାଲେଶ୍ୱର, (ସରୋଜ ପଣ୍ଡା):ବଜେପି ଯୁବମୋର୍ଚ୍ଚା କର୍ମକର୍ତ୍ତା ଓ ସଦସ୍ୟଙ୍କ ଉପରେ ରାଜଧାନୀ ପୁଲିସ ଅମାନୁଷିକ ଅତ୍ୟାଚାର କରିଥିବା ଅଭିଯୋଗରେ ବିଜେପି ପକ୍ଷରୁ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ (ଡିଜି)ଙ୍କ ସମେତ କଟକ-ଭୁବନେଶ୍ୱର ପୁଲିସ କମିଶନର ଏବଂ ପୁଲିସ ଡେପୁଟି କମିଶନର (ଡିସିପି)ଙ୍କ ବିରୋଧରେ ରାଜ୍ୟବ୍ୟାପୀ ଥାନାରେ ଏତଲା ଦିଆଯାଇଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ ପ୍ରତିଫଳନ ପରିଲକ୍ଷିତ ହୋଇଛି । ରାଜ୍ୟ ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନିର୍ବାଚନମଣ୍ଡଳୀ ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ଏକ ଶୋଭାଯାତ୍ରାରେ ଯାଇ ଟାଉନ ଥାନାରେ ଲିଖିତ ଏତଲା ଦେଇଛନ୍ତି । ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦ କରିଥିବା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଭୁବନେଶ୍ୱରରେ ପୁଲିସ ପୂର୍ବ ଯୋଜନା ମୁତାବକ ଭାବରେ ଅତର୍କିତ ମରଣାନ୍ତକ ଆକ୍ରମଣ କରିଥିଲା ବୋଲି ଶ୍ରୀ ଦତ୍ତ ଆରୋପ କରିଛନ୍ତି । ସାଧା ପୋଷାକଧାରୀ ପୁଲିସ ଏବଂ ଶାସକ ଦଳର ଗୁଣ୍ଡାଙ୍କ ମିଳିତ ଆକ୍ରମଣରେ ଶତାଧିକ ବିଜେପି କର୍ମୀ ଗୁରୁତର ହୋଇ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ପୁଲିସ ଡିଜି, କଟକ-ଭୁବନେଶ୍ୱର ପୁଲିସ କମିଶନର ଏବଂ ଭୁବନେଶ୍ୱର ଡିସିପି ଏହି ଘଟଣାର ନିରପେକ୍ଷ ତଦନ୍ତ ନ କରି ଆକ୍ରୋଶମୂଳକ ଭାବେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେବା ଦୁର୍ଭାଗ୍ୟର ବିଷୟ ବୋଲି ସେ କହିଛନ୍ତି । ପୁଲିସ ପ୍ରଶାସନର କିଛି ଅଫିସର ଶାସକ ଦଳର ଏଜେଣ୍ଟ ହୋଇ ଯେଉଁ କାର୍ଯ୍ୟ କରୁଛନ୍ତି ତାହା ଗଣତନ୍ତ୍ର ପାଇଁ ଶୋଭନୀୟ ନୁହେଁ ବୋଲି ଶ୍ରୀ ଦତ୍ତ ଅଭିଯୋଗ କରିଛନ୍ତି । ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ବିଜେପି ବାରମ୍ବାର ସ୍ୱର ଉଠାଇବା ଯୋଗୁଁ ପୁଲିସ ଆକ୍ରୋଶମୂଳକ ଭାବେ ଯୁବମୋର୍ଚ୍ଚା କର୍ମକର୍ତ୍ତାଙ୍କ ଉପରେ ଆକ୍ରମଣ କରିଛି । ଆଗାମୀ ଦିନରେ ବିଜେପି ଆନ୍ଦୋଳନକୁ ଆହୁରି ଜୋରଦାର କରିବ ବୋଲି ଶ୍ରୀ ଦତ୍ତ ଚେତାବନୀ ଦେଇଛନ୍ତି । ଏହି ଅବସରରେ ବିଜେପି କର୍ମକର୍ତ୍ତାମାନେ ଟାଉନଥାନା ଆଇଆଇସିଙ୍କୁ ଲିଖିତ ଏତଲା ପ୍ରଦାନ କରିଥିଲେ । ଏତଲା ପ୍ରଦାନ ବେଳେ ଶ୍ରୀ ଦତ୍ତଙ୍କ ସମେତ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ଗୌରାଙ୍ଗ ଦାସ, ସୁଜିତ ଦେବ, ଉପେନ୍ଦ୍ର ଶତପଥୀ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ବୈଲୋଚନ ଦାସ, ଲକ୍ଷ୍ମୀଧର ବେହେରା, କାଉନସିଲର ସତ୍ୟଶିବ ସୁନ୍ଦର ଦାଶ, ନିତ୍ୟଗୋପାଲ ସିଂ, ରୋଜାଲିନ ପାଣି, ଜିଲ୍ଲା ପରିଷଦ ଗୟାଧର ବେହେରା, ସରପଞ୍ଚ ରବିନାରାୟଣ ପ୍ରଧାନ, ସମିତିସଭ୍ୟ ଅଞ୍ଜନ ପରିଡ଼ା, ସଂଯୁକ୍ତା ମହାପାତ୍ର, ଯୋଗେନ ରଣା, ଚନ୍ଦ୍ରଶେଖର ନନ୍ଦ, ରାଜେନ୍ଦ୍ର ଚାଟାର୍ଜୀ, ବିକାଶ ପାଢୀ, ଧୀରଜ ମହାନ୍ତି, ହରେନ୍ଦ୍ର ପ୍ରଧାନ, ସର୍ବେଶ୍ୱର ବୁଗୁଡାଇ, ସୁଶାନ୍ତ ବର୍ଦ୍ଧନ, ବଳରାମ ପାତ୍ର, ବିବେକାନନ୍ଦ ରାଉତ, ମାନସ ସାହୁ, ସେଖ ହଲିମ, ସଞ୍ଜୀବ ପ୍ରଧାନ, ବିଜୟ ପୃଷ୍ଟି, ପବନ କମିଳା, ଉମେଶ ବେହେରା, ପ୍ରଶାନ୍ତ ନନ୍ଦ, ବସନ୍ତ ପ୍ରଧାନ, ଦୁର୍ଗା ବେହେରା, ଅନନ୍ତ ଚାନ୍ଦ, କରୁଣାକର ସେନାପତି, ସୁସ୍ମିତା ଶୁକ୍ଳା, ସ୍ୱର୍ଣ୍ଣପ୍ରିୟା ନାଥ, ଆଶାଲତା ବାଡି, ମଧୁଶ୍ରୀ ପଣ୍ଡା, ଶକ୍ତି ପାଣିଗ୍ରାହୀ, ଜିତେନ୍ଦ୍ର ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । ବିଜେପି ପକ୍ଷରୁ ବାଲେଶ୍ୱର ଜିଲାର ଅନ୍ୟାନ୍ୟ ଥାନାରେ ବି ଅନୁରୂପ ଭାବେ ଏତଲା ଦିଆଯାଇଛି ।
.ବାଲେଶ୍ୱର ଜିଲ୍ଲା ପରିଷଦର ଚତୁର୍ଥ ବୈଠକ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ