ସମାଜସେବୀଙ୍କ ସ୍ମୃତିଚାରଣ ସଭା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ଅଧିନ ୧୩ନଂ.ୱାର୍ଡର ସମାଜସେବୀ ସ୍ୱର୍ଗତ ବାଉଲି ଚରଣ ନାୟକଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ଦେବେନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପଣ୍ଡିତ ବିଷ୍ଣୁ ମୋହନ ପଣ୍ଡା, ସମାଜସେବୀ ଭୀମସେନ ସାମଲ, ରତ୍ନାକର ଦାସ, ଜଗନ୍ନାଥ ପାଣିଗ୍ରାହୀ, ଲକ୍ଷ୍ମୀଧର ବିଶ୍ୱାଳ, ସିତାକାନ୍ତ ସାର, ଶ୍ରୀଧର ପ୍ରସାଦ ନାୟକ, ବଙ୍କିମ ନାୟକ, ଯୁଧିଷ୍ଠିର ପଣ୍ଡା, ଶିକ୍ଷକ ଅଲେଖ ନାୟକ ଯୋଗ ଦେଇ ସ୍ୱର୍ଗତ ନାୟକଙ୍କ ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ନାୟକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।


