ସମ୍ପତି ଲୋଭରେ ବୃଦ୍ଧାମାକୁ ଜୀବନରୁ ମାରିଦେବାକୁ ଉଦ୍ୟମ ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ସମ୍ପତି ଲୋଭରେ ନିଜର ବୃଦ୍ଧାମା କୁ ମରଣାନ୍ତକ ଆକ୍ରମଣ କରି ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ପିଡିତା ମା’ଜଣକ ଥାନାରେ ଅଭିଯୋଗ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ମାର୍ଶାଘାଇ ଗ୍ରାମର ତଥା ବର୍ତ୍ତମାନ ସାରଙ୍ଗ ଗ୍ରାମରେ ରହୁଥିବା ଶକୁନ୍ତଳା ରାଉତ ନାମକ ୭୯ବର୍ଷର ବୃଦ୍ଧା କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ନାମରେ ଥିବା ସମ୍ପତ୍ତିକୁ ତାଙ୍କ ବଡପୁଅଙ୍କ ନାମରେ ରେଜେଷ୍ଟ୍ରୀ କରାଇଦେବାକୁ ବାଧ୍ୟ କରିବାରେ ସେ ମାର୍ଶାଘାଇର ବାସଗୃହ ଛାଡି ଦୀର୍ଘ ୩୦ବର୍ଷ ଧରି ସାନପୁଅ ପାଖରେ ସାରଙ୍ଗରେ ଆସି ରହୁଛନ୍ତି । କିନ୍ତୁ ହଠାତ ତାଙ୍କ ଜ୍ୟେଷ୍ଠପୁତ୍ର ରଞ୍ଜନ ରାଉତ ଏବଂ ତାର ପତ୍ନୀ ଦିପ୍ତୀବାଳା ସ୍ୱାଇଁ ସାରଙ୍ଗ ଗ୍ରାମରେ ପହଁଚି ମା’ ଶକୁନ୍ତଳାଙ୍କୁ ଲୁହାରଡରେ ମାରି ଲହୁ ଲୁହାଣ କରିଦେବା ସହ ଜୀବନରେ ମାରି ଦେବାକୁ ଉଦ୍ୟମ କରିିଛନ୍ତି । ଏତଦବ୍ୟତିତ ସେମାନେ ସାନପୁଅକୁ ମଧ୍ୟ ମାରିଦେବାକୁ ଧମକ ଦେଇଥିବା ଶକୁନ୍ତଳା ଅଭିଯୋଗ କରିଛନ୍ତି । ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯିବା ସହ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ଥାନା ଅଧିକାରୀଙ୍କୁ ନିବେଦନ କରିଛନ୍ତି । ଥାନାର ଭାରପ୍ରାପ୍ତ ଇନିସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ ଶକୁନ୍ତଳାଙ୍କ ଠାରୁ ଅଭିଯୋଗ ପାଇବା ପରେ ତାହାର ତଦନ୍ତ କରୁଥିବା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ