ସହକାରୀ ଶିକ୍ଷକଙ୍କ ବିଦାୟୀକାଳୀନ ସମ୍ବର୍ଦ୍ଧନା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଳକ ଅନ୍ତର୍ଗତ ବାଲିମଝିପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ କାଳନ୍ଦି ଚରଣ ବିଶ୍ୱାଳଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜ୍ଞାନ ଭୂଷଣ ପରିଡାଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ସହକାରୀ ବ୍ଲକ ଶିକ୍ଷାଧିକାରୀ ବାମଦେବ ସ୍ୱାଇଁ, ସମ୍ମାନନୀୟ ଅତିଥି ଭାବେ ସିଆରସିସି ରଶ୍ମିରଂଜନ ମଲ୍ଲିକ, କମଳଲୋଚନ ନାୟକ, ପିତାମ୍ବର ପରିଡା, ଗଂଗାଧର ବିଶ୍ୱାଳ, ସରୋଜିନୀ ସାହୁ, ଶିକ୍ଷକ ଫକୀର ଚରଣ ସ୍ୱାଇଁ, ପ୍ରଦୀପ କୁମାର ସ୍ୱାଇଁ, ପ୍ରମୋଦ କୁମାର ତ୍ରିପାଠୀ, ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ପ୍ରଶାନ୍ତ କୁମାର ସାହୁ, ପୂର୍ବତନ ସଭାପତି ବିଦ୍ୟାଧର ନାୟକ, ଶିକ୍ଷୟିତ୍ରୀ ନିଳିମା ବିଶ୍ୱାଳ, ଅଙ୍ଗନୱାଡି କର୍ମୀ ଅମ୍ବିକା ସାହୁ ପ୍ରମୁଖ ଯୋଗ ଦେଇ କାଳିଆ ସାରଙ୍କ କର୍ମମୟ ଜୀବନୀ ସମ୍ପର୍କରେ ଆଲୋଚନା କରିବା ସହିତ ତାଙ୍କୁ ଉତରୀୟ, ପୁଷ୍ପଗୁଚ୍ଛ ସହିତ ବିଭିନ୍ନ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ପଦ୍ମାବତୀ ସିଂ ଓ କମିଟିର ସଦସ୍ୟମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ