ସିଟି କଲେଜରେ ମେଡିକାଲ ଏନ୍.ସି.ସିର ବିଶ୍ୱସ୍ଵାସ୍ଥ୍ୟ ଦିବସ ପାଳନ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :- ସିଟି କଲେଜରେ ୩(ଓଡିଶା) ମେଡିକାଲ୍ ଏନ୍.ସି.ସି ତରଫରୁ ଲେଫନାଣ୍ଟ ମେଘଦାନ ପ୍ରଧାନଙ୍କ ତତ୍ତ୍ଵାବଧାନରେ ବିଶ୍ଵ ସ୍ଵାସ୍ଥ୍ୟ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କଲେଜର ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ଡ. ଅଜୟ କୁମାର ପେଣ୍ଡ୍ରୋଇ ଆବାହକ ଭାବରେ ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରାଣୀ ବିଜ୍ଞାନ ବିଭାଗୀୟ ମୁଖ୍ୟ ଡ.ମନୋଜ କୁମାର ମହାରଣାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସ୍ଥାନୀୟ ଆଙ୍କୁଶପୁରସ୍ଥିତ ଆର୍ୟୁବେଦିକ ମେଡିକାଲ କଲେଜର ପ୍ରାଧ୍ୟାପକ ଡ.ସ୍ଵପ୍ନା ସ୍ଵୟଂପ୍ରଭା ଏବଂ ଅଧ୍ୟାପକ ଡ.ସୁବ୍ରତ କୁମାର ଓଝା ମୁଖ୍ୟ ଅତିଥି ଏବଂ ସମ୍ମାନିତି ଅତିଥି ରୁପେ ଯୋଗଦେଇ ସ୍ଵାସ୍ଥ୍ୟ ହିଁ ସମ୍ପଦର ଯଥାର୍ଥତା ପ୍ରତିପାଦନ କରିବା ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀମାନେ ଦୈନନ୍ଦିନ ଜୀବନରେ ପ୍ରାକୃତିକ ଏବଂ ଆୟୁର୍ବେଦିକ ଚିକିତ୍ସା ଆପଣାଇ ଶରୀରକୁ ସୁସ୍ଥ ସବଳ ରଖିବା ପାଇଁ ଗୁରୁତ୍ଵ ଆରୋପ କରିଥିଲେ । ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ଶ୍ରୀ କେ. ଦିଲ୍ଲୀପ କୁମାର ସୁବୁଦ୍ଧି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମାନସିକ ସୁସ୍ଥତା ରଖିବାରେ ଯୋଗ ଏବଂ ପ୍ରାଣାୟମର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଆର୍ମି ମେଡିକାଲ ଏନ୍.ସି.ସି ୟୁନିଟର ନାଏବ ସୁବେଦାର ବାଲାମୁର୍ଗନ ଏବଂ ହାବିଲଦାର ଚନ୍ଦନ କୁମାର ଉପସ୍ଥିତ ରହି ଏନ.ସି.ସି. କ୍ୟାଡେଟ୍‌ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର କର୍ମଚାରୀବୃନ୍ଦ ଯଥା- ଡ.ପ୍ରକାଶ ଚନ୍ଦ୍ର ମହାପାତ୍ର, ଶ୍ରୀମତି ଗୀତାଞ୍ଜଳି ପାଣିଗ୍ରାହୀ, ଡ.ଅଂଜଳି ପାତ୍ର, ଡ.ମିନତୀ ସାହୁ, ଡ.ମମତା ପଣ୍ଡା, ଡ. ସସ୍ମିତା କୁମାରୀ ପଟ୍ଟନାୟକ, ଡ. ବନ୍ଦିତା ଜେନା, ଶ୍ରୀମତି ମାଧୁରୀ ପାଢୀ, ମିନତୀ ସୁବୁଦ୍ଧି, ନୀତୁ ଦେବୀ, ମଧୁସ୍ମିତା ପଟ୍ଟନାୟକ, ପ୍ରଦୀପ ଦାସ, ସଚିଦାନନ୍ଦ ଦାସ, ସପନ କୁମାର ସେଠୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି ସଭାକାର୍ଯ୍ୟକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଶେଷରେ ଏନ୍.ସି.ସି ଅଫିସର ଲେଫନାଣ୍ଟ ମେଘଦାନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ