୧୪ଦଫା ଦାବି ପୁରଣକୁ ନେଇ ଅଙ୍ଗୱାଡି ସଂଘର ଦାବିପତ୍ର ପ୍ରଦାନ ଓ ବିକ୍ଷୋଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ୍ ଆସୋସିଏସନ ତରଫରୁ ୧୪ଦଫା ଦାବି ପୁରଣକୁ ନେଇ ରାଜ୍ୟବ୍ୟାପୀ ସ୍ଥାନୀୟ ପ୍ରଶାସନକୁ ଦାବିପତ୍ର ପ୍ରଦାନ ଓ ବିକ୍ଷୋଭ କରିବା ଦିଆଯାଇଥିବା ଆହ୍ୱାନ କ୍ରମେ ଗଜପତି ଜିଲ୍ଲା ଅଙ୍ଗନୱାଡି ସଂଘ ପକ୍ଷରୁ ବିକ୍ଷୋଭ କରାଯାଇଥିଲା । ଆଜି ଜିଲ୍ଲା ଅଙ୍ଗନୱାଡି ସଂଘର ସଭାନେତ୍ରୀ ଜ୍ୟୋତ୍ସନାରାଣୀ ପାଣିଗ୍ରାହୀ ଏବଂ ଜିଲ୍ଲା ସମ୍ପାଦିକା ପୁଷ୍ପାଞ୍ଜଳୀ ପଣ୍ଡାଙ୍କ ନେତୃତ୍ୱରେ ଜିଲ୍ଲାର ସମସ୍ତ ଅଙ୍ଗନୱାଡି କର୍ମୀଙ୍କ ଏକ ବିରାଟ ପଟୁଆର ନଗର ପରିକ୍ରମା କରି ବିଭିନ୍ନ ସ୍ଲୋଗାନମାନେ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରି ନାରାବାଜି କରିଥିଲେ । ପରେ ଜିଲ୍ଲା ପ୍ରଶାସନକୁ ୧୪ଦଫା ଦାବି ପୁରଣ କୁ ନେଇ ଦାବିପତ୍ର ପ୍ରଦାନ କରିଥିଲେ । ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଅଙ୍ଗନୱାଡି କ୍ଷେତ୍ରରେ ସ୍କିମ ପ୍ରଥାକୁ ଉଚ୍ଛେଦ କରି ସରକାରୀ କର୍ମଚାରୀ ଭାବେ ମାନ୍ୟତା ପ୍ରଦାନ କରାଯିବା ସହ ଚାକିରୀ ସର୍ତ୍ତାବଳୀକୁ ଲାଗୁ କରିବା, ଯେଉଁ ପର୍ଯ୍ୟନ୍ତ ସରକାରୀ ମାନ୍ୟତା ମିଳିନାହିଁ ମାସିକ ୨୧ହଜାର ଟଙ୍କା ଓ ସହାୟିକାଙ୍କୁ ୧୫ହଜାର ଟଙ୍କା ପ୍ରଦାନ କରିବା, ଅବସରକାଳୀନ ସହାୟତା ରାଶିକୁ ବୃଦ୍ଧି କରି ୫ଲକ୍ଷ ଟଙ୍କା ଏବଂ ମାସିକ ୫ହଜାର ଟଙ୍କା ପେନ୍‌ସନ୍ ପ୍ରଦାନ କରିବା, ମିନି ଅଙ୍ଗନୱାଡି କର୍ମୀମାନଙ୍କୁ ଅଙ୍ଗନୱାଡି କର୍ମୀର ମାନ୍ୟତା ଦେବା ସହିତ ସହାୟିକା ନିଯୁକ୍ତି କରିବା, ଆନ୍ଦୋଳନ ସମୟରେ କାର୍ଯ୍ୟରୁ ବହିଷ୍କୃତ ୭ଜଣ ଅଙ୍ଗନୱାଡିକର୍ମୀଙ୍କୁ ପୁନଃ ନିଯୁକ୍ତି ଦିଆଯିବା, ରାଷ୍ଟ୍ରୀୟ ନିତୀ ୨୦୨୦ ଅନୁଯାୟୀ ରାଜ୍ୟର ସବୁ ଅଙ୍ଗନୱାଡି କେନ୍ଦ୍ରକୁ ପ୍ରାଥମିକ ବିଦ୍ୟାଳୟ ମାନ୍ୟତା ସହିତ ଅଙ୍ଗନୱାଡିକର୍ମୀମାନଙ୍କୁ ତାଲିମ ଦେଇ ଦକ୍ଷତା ବିକାଶ କରି ପ୍ରି-ପ୍ରାଇମେରୀ ଟିଚର ଓ ସହାୟିକା ମାନଙ୍କୁ ସହକାରୀ ପ୍ରି-ପ୍ରାଇମେରୀ ଟିଚରର ମାନ୍ୟତା ଦେବା, ବରିଷ୍ଠତା ଭିତ୍ତିରେ ଦରମା ବୃଦ୍ଧି ସହତି ବାର୍ଷିକ ଇଙ୍କ୍ରିମେଣ୍ଟ ପ୍ରଦାନ କରିବା, କରୋନାରେ ମୃତ୍ୟୁ ବରଣ କରିଥିବା ଅଙ୍ଗନୱାଡିକର୍ମୀ ଓ ସହାୟିକାମାନଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ୫୦ଲକ୍ଷ ଟଙ୍କାର ବୀମା ଓ ୨୪ମଇ ୨୦୨୧ ରାଜ୍ୟ ସରକାର ଘୋଷିତ ୬୦ବର୍ଷ ହେବା ପର୍ଯ୍ୟନ୍ତ ମାସିକ ୭୫୦୦ଟହ୍‌କା ଓ ପରିବାରର ଜଣଙ୍କୁ ନିଯୁକ୍ତି କରିବା, ପୋଷଣ କାର୍ଯ୍ୟ ଓ ସମସ୍ତ ଅନଲାଇନ କାର୍ଯ୍ୟ ସଠିକ ତଥା ଠିକ ଭାବରେ କରିବା ପାଇଁ ଉନ୍ନତ ମାନର ମୋବାଇଲ ଫୋନ ବା ଟ୍ୟାବ୍ ପ୍ରଦାନ କରିବା, ଗାଁ କଲ୍ୟାଣ ସମିତିରୁ ଅଙ୍ଗନୱାଡିଙ୍କୁ ବାଦ ଦିଆଯିବା ସହିତ ବାଜର ଦରକୁ ଆଖି ଆଗରେ ରଖି ଗରମ ରନ୍ଧା ଖାଦ୍ୟର ମୂଲ୍ୟ ବୃଦ୍ଧି କରିବା, ସୋପାନ କାର୍ଯ୍ୟକ୍ରମର ଉପଯୁକ୍ତ ପ୍ରାପ୍ୟ ନଦେବା ପର୍ଯ୍ୟନ୍ତ ସେଥିରୁ ଅଙ୍ଗନୱାଡିକର୍ମୀଙ୍କୁ ବାଦ ଦିଆଯିବା ଆଦି ୧୪ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ