ସିଲ ହେଲା ଗଞ୍ଜାମ-ଖୋର୍ଦ୍ଧା ସୀମା, ଗଞ୍ଜାମବାସୀଙ୍କୁ ଖୋର୍ଦ୍ଧା ମନା
ବ୍ରହ୍ମପୁର, (ରାଜେଶ ପଟ୍ଟନାୟକ): ସିଲ୍ ହେଲା ଗଞ୍ଜାମ-ଖୋର୍ଦ୍ଧା ବର୍ଡର। ଏହାସହ କାହାକୁ ଭୁବନେଶ୍ୱର ଯିବା ପାଇଁ ଅନୁମତି ମିଳିବ ନାହିଁ ବୋଲି ଟ୍ୱିଟ୍ କରି ଗଞ୍ଜାମ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି।ଦିନକୁ ଦିନ ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି।ସାରା ରାଜ୍ୟରେ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓ ବିଭିନ୍ନ ଜିଲ୍ଲାର ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ରାଜ୍ୟର ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟରେ ରଖି ଖୋର୍ଦ୍ଧା-ଗଞ୍ଜାମ ସୀମାକୁ ସିଲ୍ କରାଯାଇଛି । ସୀମା ସିଲ୍ ନେଇ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ।ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ହୁ ହୁ ହୋଇ ବଢିଚାଲିଛି କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା । ଜିଲ୍ଲାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବଡ ନିଷ୍ପତ୍ତି ନେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଖୋର୍ଦ୍ଧା-ଗଞ୍ଜାମ ସୀମାକୁ ସିଲ୍ କରାଯାଇଛି । ଗଞ୍ଜାମରୁ ଭୂବନେଶ୍ବର ଯିବା ପାଇଁ କାହାକୁ ଅନୁମତି ମିଳିବ ନାହିଁ । ପ୍ରଶାସନର ନିଷ୍ପତ୍ତିକୁ ମାନିବାକୁ ଲୋକଙ୍କୁ ଅପିଲ କରାଯାଇଛି ।


