ସୁରକ୍ଷା ବଳୟ ମଧ୍ୟରେ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କଲେ ଭି.କେ. ପାଣ୍ଡିଆନ

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲାର ଶୈବପୀଠ ଆରଡିରେ ଗୁରୁବାର ପାଖାପାଖି ପୂର୍ବାହ୍ଣ ୧୧ଟାରେ ପହଞ୍ଚି କଡା ସୁରକ୍ଷା ବଳୟରେ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ସହିତ ଖଣ୍ଡି ଓଡିଆରେ କେମିତି ଅଛନ୍ତି ବୋଲି ଜାଣିବାକୁ ଚାହିଁଥିଲେ । ପୀଠର ବିକାଶ ଚାଲିଛି, ଏଥିପାଇଁ ଆହୁରି ଅର୍ଥ ଦିଆଯିବ କହି ପାଣ୍ଡିଆନ ଶୈବପୀଠ ଛାଡିଥିଲେ । ପାଣ୍ଡିଆନ ଯିବାର କିଛି ସମୟ ପରେ ଆରଡି, ନାନ୍ଦପୁର, ସୁନ୍ଦରପୁର,ଓଳଗ ଆଦି ପଞ୍ଚାୟତର ବିଜେପି କର୍ମୀମାନେ ପାଣ୍ଡିଆନ ବିରୋଧୀ ନାରାବାଜି ଦେଇଥିଲେ । ଭିକେ ପାଣ୍ଡିଆନ ହାୟ ହାୟ , ହିନ୍ଦୁ ବିରୋଧୀ ହାୟ ହାୟ, ତାମିଲିଆନକୁ ଓଡିଶା ମାଟିରେ କବର ଦିଅ ଆଦି ନାରାବାଜି ଦେଇଥିଲେ । ସେବାୟତ ମାନେ ମନ୍ଦିର ପରିସରରେ ଗଙ୍ଗାଜଳ ସହ ଗୋବର ପାଣି ସିଞ୍ଚନ କରିଥିଲେ । ବିଜେପି ଦଳର ବରିଷ୍ଠ କର୍ମକର୍ତ୍ତା ଜୀବନାନନ୍ଦ ପାଢୀ, ଲଲାଟ କିଶୋର ପାଢୀ, ସ୍ବଦେଶ ପଣ୍ଡା, ସୁବାସ ସାହୁ, ସନ୍ଦୀପ ନାୟକ,ଉମେଶ ସାହୁ, ସୁରେଶ ମହାଳିକ, କିଷାନ ପାଢୀ,ବାଲାଜୀ ପାଢୀ, ଜୟସେନ ପାଢୀ, ଦୁଷ୍ମନ୍ତ ବାରିକ, ମନୋରଞ୍ଜନ ବାରିକ,ସୁଧୀର ପାଢୀ, ଉତ୍ତମ ମିଶ୍ର,ଜ୍ଞାନ ରଞ୍ଜନ ପାଢୀ, ରମାକାନ୍ତ ବାରିକ,ଧନେଶ୍ବର ମଲିକ, ପ୍ରମୁଖ ଗଙ୍ଗାଜଳ ସିଞ୍ଚନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ