୮୮ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା):ତମ ଗଞ୍ଜାମ ଜିଲା ସ୍ତରୀୟ ପୋଲିସ ପ୍ରତିଷ୍ଠା ଦିବସ ଛତ୍ରପୁରସ୍ଥିତ ପୋଲିସ ପରେଡ ପଡିଆଠାରେ ପାଳିତ ହୋଇଛି। ଉକ୍ତ ଦିବସରେ ଗଞ୍ଜାମ ଏସ୍‌ପି ଜଗମୋହନ ମିନା ମଧ୍ୟ ଅତିଥି ଭାଦେ ଯୋଗ ଦେଇ ଆନୁଷ୍ଠାନିକ ପରେଡରେ ଅଭିବାଦନ ଗ୍ରହଣ କରିବା ସହ ଓଡିଶା ର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଙ୍କ ବାର୍ତ୍ତା ପାଠ କରିଥିଲେ। ପୋଲିସ ମାନଙ୍କ ଦ୍ୱାରା ପ୍ୟାରେଡ଼ ପରିବେଷଣ କରାଯାଇଥିଲା। ରିଜର୍ଭ ଇନିସପେକ୍ଟର ଅମୁଲ୍ୟ ନାୟକ ପ୍ୟାରେଡ ପରିଚାଳନା କରିଥିଲି,ଶେଷରେ ଉତ୍ତମ ସେବା ପାଇଁ ଆସ୍କା ଥାନାର ସବ୍‌ ଇନିସପେକ୍ଟର ବିଶ୍ୱଜିତ ନାୟକ, ପୁରୁଷୋତ୍ତମପୁର ଥାନାର ଏଏସ୍‌ଆଇ ସିଧେସ୍ବର ରଣବୀର, ମୁଖ୍ୟାଳୟ ଛତ୍ରପୁର ହାବିଲଦାର ସୁଶାନ୍ତ କୁମାର ପ୍ରଧାନ କନେଷ୍ଟବଲ ଗାୟତ୍ରୀ ବେହେରା, ଭଞ୍ଜନଗର ଥାନାରେ କାର୍ଯ୍ୟରତ କନେଷ୍ଟବଳ ଆଲୋକ ରଞ୍ଜନ ତ୍ରିପାଠୀଙ୍କୁ ସମ୍ମାନିତ କରାଯାଇଛି।ଏହି ସମାରୋହରେ ଗଞ୍ଜାମ ପୋଲିସ ଜିଲ୍ଲାର ଅତିରିକ୍ତ ଏସପି ପି. କେ. ଦଳାଇ, ଡ଼ିଏସପି ଅଜୟ କୁମାର ମିଶ୍ର ଓ ସୁଜିତ କୁମାର ନାୟକ, ଛତ୍ରପୁର ଏସଡିପିଓ ଗୌତମ କିଷାନ, ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ଚମାଖଣ୍ଡି ଥାନାଅଧିକାରୀ ସୁଦୀପ୍ତ କୁମାର ସାହୁ, ଗଞ୍ଜାମ ଥାନା ଅଧିକାରୀ ସନ୍ତୋଷ ବେହେରା,ଗଞ୍ଜାମ ପୋଲିସ ଜିଲ୍ଲାର ହାବିଲଦାର ଓ କନଷ୍ଟେବଲ ସଂଘ ର ସଭାପତି ଅଭିମନ୍ୟୁ ଜାଲି, ସମ୍ପାଦକ ସୁବାଷ ସେଠିଙ୍କ ସମେତ ବହୁ ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ