ଶୁଭପଲ୍ଳବର ୨୧ଶ ସଂସ୍କରଣ ଉନ୍ମୋଚିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଓଡିଆ ଇ-ପତ୍ରିକା ଶୁଭପଲ୍ଲବର ୨୧ଶ ସଂସ୍କରଣ ଗତ ଡିସେମ୍ବର ୧ ତାରିଖରେ ଉନ୍ମୋଚିତ ହୋଇଯାଇଛି । ଆସନ୍ତା ନୂଆ ବର୍ଷରେ ୩ ବର୍ଷ ପୂରଣ କରିବାକୁ ଯାଉଥିବା ଶୁଭପଲ୍ଲବର ଏହି ସଂସ୍କରଣରେ ସ୍ଥାନ ପାଇଛି ଆନ୍ତର୍ଜାତୀୟ ଚେସ୍ ଖେଳାଳୀ ପଦ୍ମିନୀ ରାଉତଙ୍କ ସ୍ୱତନ୍ତ୍ର ସାକ୍ଷାତକାର । ଯେଉଁଥିରେ ସେ ତାଙ୍କର ପ୍ରାରମ୍ଭିକ ଜୀବନର ଅନୁଭୂତିରୁ ଆରମ୍ଭ କରି ପ୍ରଥମ ମ୍ୟାଚ୍‌, ପସନ୍ଦର ନାପସନ୍ଦରର ବିଷୟରେ ଜଣାଇଛନ୍ତି କିଛି କଥା । ୨୩ ଗୋଟି ଆଲେଖ୍ୟକୁ ନେଇ ପ୍ରକାଶ ପାଇଥିବା ଏହି ସଂସ୍କରଣଟିର କଭର ଫଟୋ ଡିଜାଇନ୍ କରିଛନ୍ତି ସୁଦୂର ହାଇଦ୍ରାବାଦରେ ରହୁଥିବା ଓଡିଆ ଗ୍ରାଫିକ୍ ଡିଜାଇନର ସମ୍ବିତ ଦାସ । ପତ୍ରିକାର ସମ୍ପାଦନା କାର୍ଯ୍ୟ ତୁଲାଇଛନ୍ତି ତାପସ ରଂଜନ ଓ ସଂଗ୍ରାମ କେଶରୀ ସେନାପତି । ଏହି ପତ୍ରିକାଟି ଶୁଭପଲ୍ଲବର ଓଡିଆ ୱେବ୍ ସାଇଟ୍ ଶୁଭପଲ୍ଲବ ଡଟ୍ ଇନ୍ ଏବଂ ମାଗଣାରେ ପଢିବା ପାଇଁ ବିଶ୍ୱ ସ୍ତରୀୟ ରିଡିଂ ୱେବ୍ ସାଇଟ୍ ମ୍ୟାଗଷ୍ଟାରେ ଉପଲବ୍ଧ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ