‘ୱାର୍ଲ୍ଡ ଆର୍ଟ ଡେ’

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):କଳା ଇତିହାସର ସର୍ବଶ୍ରେଷ୍ଠ ଚିତ୍ରକାର ତଥା ବୈଜ୍ଞାନିକ, ଗଣିତଜ୍ଞ, ଉଦ୍ଭାବକ, ସ୍ଥପତି, ଇଂଜିନିୟର, ଲେଖକ ଲିଓନାର୍ଡୋ ଦା ଭିନ୍ସଙ୍କ ଜନ୍ମଦିନ ସ୍ମୃତିରେ ପ୍ରତିବର୍ଷ ଅପ୍ରେଲ୍ ୧୫ ତାରିଖଟିକୁ ‘ୱାର୍ଲ୍ଡ ଆର୍ଟ ଡେ’ ଅର୍ଥାତ୍ ବିଶ୍ୱ କଳା ଦିବସ ରୂପେ ପାଳିତ ହୁଏ । ବିଶ୍ୱରେ ସୃଜନଶୀଳତାର ପ୍ରୋତ୍ସାହନ, ସଚେତନତା କାର୍ଯ୍ୟକଳାପର ଗୁରୁତ୍ୱ ଉପରେ ବିଶ୍ୱକଳା ଦିବସ ସଚେତନ କରିଥାଏ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳର ଜଣାଶୁଣା ୯ ବର୍ଷ ବୟସର କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ ରଙ୍ଗ ତୂଳୀରେ ବିଶ୍ୱବିଖ୍ୟାତ୍ ଚିତ୍ରକାର ଲିଓନାର୍ଡୋଙ୍କର ପ୍ରତିଛବିକୁ ନିଖୁଣ ରୂପେ ଆଙ୍କି ଶ୍ରଦ୍ଧାସୁମନ ଜଣାଇଛନ୍ତି । ଆଧୁନିକ ବିଜ୍ଞାନ ପ୍ରମାଣ କରିବା ପୂର୍ବରୁ ଲିଓନାର୍ଡୋ ପୂର୍ବ କଳ୍ପନା କରିପାରୁଥିଲେ । ସେ ପ୍ରଥମେ ବିମାନ, ଟ୍ୟାଙ୍କ, କାଲକୁଲେଟର, ସିଭିଲ୍ ଇଂଜିନିୟରିଂ, ହାଇଡ୍ରୋ ଡାଇନାମିକ୍ସର ଗବେଷଣାକୁ ଆଗକୁ ନେଇଥିଲେ । କଅଁଳ ବୟସରେ ଶାନ୍ତନୁଙ୍କ ଏହି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ସ୍ୱାଗତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ