ସୁୁପ୍ରିମ କୋର୍ଟରେ ସତ୍ୟପାଠ ଦାଖଲ କଲା ଶ୍ରୀମନ୍ଦିର ପ୍ରଶାସନ

ଶ୍ରୀମନ୍ଦିରରେ ସଂସ୍କାର ଆଣିବା ପାଇଁ ଅଣ୍ଟା ଭିଡିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ସେଥିପାଇଁ ମହାପ୍ରଭୁଙ୍କର ସେବା ପୁଜା ପାଇଁ କେତେ ସେବାୟତ ଆବଶ୍ୟକ ତାହାର ଏକ ଚିଠା ପ୍ରସ୍ତୁତ କରି ସୁପ୍ରିମକୋର୍ଟରେ ଦାଖଲ କରିଛି ଶ୍ରୀମନ୍ଦିର ପ୍ରଶାସନ । ପ୍ରତିଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସେବା ଲାଗି ଅନେକ ସେବାୟତ ନିୟୋଜିତ ହୋଇଥାନ୍ତି । ଏହି ସେବାୟତଙ୍କ ସଂଖ୍ୟା କମ କରି ୪୦ଜଣରୁ କମ ରଖିବାକୁ ସତ୍ୟପାଠ ରେ ଦର୍ଶାଇଛି ଶ୍ରୀମନ୍ଦିର ପ୍ରଶାସନ । ଏହାଠାରୁ ଅଧିକ ସେବକଙ୍କର ଆବଶ୍ୟକତା ନଥିବା ସ୍ୱିକାର କରିଛି ଶ୍ରୀମନ୍ଦିର କାର୍ଯ୍ୟାଳୟ । ତେବେ ସ୍ୱତନ୍ତ୍ର ନୀତି ସମୟରେ ଅଧିକ ସେବାୟତଙ୍କର ଆବଶ୍ୟକତା ରହିଥାଏ । ଶ୍ରୀମନ୍ଦିରରେ ସେବାୟତ ସଂଖ୍ୟା ହ୍ରାସ ନେଇ ଯୋଜନା ଚାଲିଥିଲାବେଳେ ମନ୍ଦିର ପ୍ରଶାସନର ଏଭଳି ସତ୍ୟପାଠ ଦ୍ୱାରା ଅନେକଙ୍କ ବଂଶଗତ ସେବାର ଉଚ୍ଛେଦ ହେବ ବୋଲି ଜଣାପଡିଛି ।ଏହା ହେବା ଦ୍ୱାରା ଅନେକ ସେବାୟତଙ୍କ ବଂଶଗତ ସେବା ଉଚ୍ଛାଦ ହେବ ବୋଲି ଜୋରଦାର ଚର୍ଚ୍ଚା ହେଉଥିବାବେଳେ ପ୍ରଶାସନ ଓ ଗଜପତି ବଂଶାନୁକ୍ରମିକ ସେବା ସପକ୍ଷରେ ମତ ଦେଇନାହାନ୍ତି । ଏହାକୁ ବିବାଦ ଥିବାବେଳେ ଆସନ୍ତା ୩୦ ତାରିଖରେ ସୁପ୍ରିମକୋର୍ଟ ର ଶୁଣାଣୀ ଉପରେ ରହିଛି ଶ୍ରୀମନ୍ଦିର ପ୍ରଶାସନର ନଜର ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ