ସାଇ ଗୁରୁକୂଳ ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ
ବାଲେଶ୍ୱର-: ବଟେଶ୍ୱରସ୍ଥିତ ସାଇ ଗୁରୁକୂଳ ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଚେୟାରମ୍ୟାନ୍ ଆଇନଜୀବୀ ସୁବାଷ ମାସନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିବେକାନନ୍ଦ କେନ୍ଦ୍ରର ସମ୍ପାଦକ ତଥା ରାମଚନ୍ଦ୍ର ସଂସ୍କୃତି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ନିରଞ୍ଜନ ଦାସ ଯୋଗ ଦେଇ ଛାତ୍ରମାନଙ୍କର ଶିକ୍ଷା ସହିତ ଶାରୀରିକ ଶିକ୍ଷାର ଜରୁରୀ ଥିବାରୁ ଏପରି ପ୍ଲେ ସ୍କୁଲକୁ ସେ ପ୍ରଶଂସା କରିଥିଲେ । ଆଗାମୀ ଦିନରେ ଏହି ଛୋଟ ବିଦ୍ୟାଳୟର କୁନିକୁନି ପିଲାମାନେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉତ୍ତମ ଶିକ୍ଷାଦାନ ପାଇ ଦିନେ ଦେଶର ଟେକ ରଖିବେ ବୋଲି ଆଶା ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପ୍ରତିଭାଶ୍ରୀର ମୁଖ୍ୟ କବି ପ୍ରଶାନ୍ତ ଦାସ ବକ୍ତବ୍ୟରେ କହିଥିଲେ ଯେ କୁନିକୁନି ପିଲାମାନେ ହେଲେ ଦେଶର ଭବିଷ୍ୟତ । ତାଙ୍କ ଉପରେ କୌଣସି ପ୍ରକାର ଚାପ ନଦେଇ ଆଗାମୀ ଭବିଷ୍ୟତ ପାଇଁ ଭଲ ମଣିଷ ଭାବେ ଗଢି ତୋଳିବାକୁ ପିତାମାତାକୁ ପରାମର୍ଶ ଦେଇଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବରେ ସମାଜସେବୀ ପ୍ରତାପ ଦତ୍ତ, ମାନସିଂ ବଜାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସମ୍ପାଦକ ଗୟାଧର କର, ସମାଜସେବୀ ସଲୀମ ରାଜା, ଆଇନ୍ଜୀବୀ ତପନ କୁମାର ପତି ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ସଖା ସେବା ସଙ୍ଗଠନ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ସଦସ୍ୟ ସନ୍ୟାସୀ ଋଣା କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ଏହାପରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷା ସୁକାନ୍ତି ମାସନ୍ତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ପରେ ପରେ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।