ଧନୀ ହୁଏ ଧନୀ, ଗରିବ ରହିଯାଏ ଅଭାବରେ
ତେଲିଆ ମୁଣ୍ଡରେ ତେଲ । ଓଡ଼ିଆ ଭାଷାରେ ଏ ରୁଢ଼ି ସହ ଆମେ ସମସ୍ତେ ପରିଚିତ । ଭାରତର ଅର୍ଥନୀତିକୁ ଦେଖିଲେ ଜଣାପଡ଼େ ଯେ ଯେଉଁମାନେ ଧନୀ ସେମାନେ ଆହୁରି ଧନୀ ହେଉଛନ୍ତି । ଗରିବ ଯେମିତି ଗରିବ ହୋଇ ରହୁଛି । ଅର୍ଥନୀତି ବିଶାରଦମାନେ ଏହି ତାରତମ୍ୟକୁ ନେଇ ଅନେକ ଯୁକ୍ତି ଉପସ୍ଥାପନ କରନ୍ତି । ହେଲେ କେବେ ଭାବିଛନ୍ତି ଏସବୁ ପଛରେ ଗୋଟିଏ ସାଧାରଣ କଥା ଲୁଚି ରହିଛି । କାରଣ ସମ୍ପତ୍ତି ବଢ଼ାଇବାକୁ ହେଲେ କେବଳ ପରିଶ୍ରମ ନୁହେଁ ବୁଦ୍ଧିର ଆବଶ୍ୟକତା ଥାଏ । କେଉଁଠି ଅର୍ଥ ବିନିଯୋଗ କଲେ କେତେ ଲାଭ ମିଳିବ ତାର ହିସାବକିତାବ ଦରକାର ହୁଏ । ହେଲେ ସାଧାରଣ ଲୋକଟିଏ ଏସବୁ ହିସାବ ନିକାଶ କରି ପାରିନଥାଏ । ଫଳରେ ଧନୀ ନିଜ ବୁଦ୍ଧି ବଳରେ ଆହୁରି ଧନୀ ହୁଏ । ଆଉ ଗରିବର ସୀମା ରେଖାକୁ ଡେଇଁ ପାରେନି ।
ଏକ ରିପୋର୍ଟରୁ ଜଣାପଡିଛି ସାଧାରଣ ଲୋକଙ୍କ ପାଖରେ ପଇସା ହେଲେ ସେ ଟିକେ ଅହଂକାରୀ ହୋଇଯାଏ । ଅନ୍ୟକୁ ଦେଖାଇ ହେବାକୁ ଯାଇ ଅଏସ ଆରାମ ପାଇଁ କଷ୍ଟ ଅର୍ଜିତ ଟଙ୍କାକୁ ଖର୍ଚ୍ଚ କରି ଦେଇଥାଏ । ଖର୍ଚ୍ଚର କୌଣସି ଭାଗମାପ ରଖେନି । କିନ୍ତୁ ଧନୀ ବ୍ୟକ୍ତି ଏହା କରିନଥାନ୍ତି । ଧନୀ ବ୍ୟକ୍ତି ନିଜ ଟଙ୍କାକୁ ଏପରି ଜାଗାରେ ବିନିଯୋଗ କରିଥାନ୍ତି ଯାହା ତାଙ୍କୁ ଆହୁରି ରୋଜଗାର ମାଧ୍ୟମ ପାଲଟିଥାଏ । ଆସନ୍ତୁ ଜାଣିବା ଧନୀ ବ୍ୟକ୍ତି ଅଧିକରୁ ଅଧିକ ଟଙ୍କା କିପରି ରୋଜଗାର କରିଥାନ୍ତି ।
ଧନୀ ବ୍ୟକ୍ତି ସେମାନଙ୍କ ଟଙ୍କାକୁ ଠିକ ସ୍ଥାନରେ ଲଗାଇଥାନ୍ତି । ସେଥିରୁ ତାଙ୍କୁ ଫାଇଦା ମିଳିଥାଏ । କିନ୍ତୁ ସାଧାରଣ ଲୋକ ଟଙ୍କାକୁ ବିଭିନ୍ନ ଜିନିଷ କିଣିବାରେ ଖର୍ଚ୍ଚ କରିଥାନ୍ତି ।
ଧନୀ ବ୍ୟକ୍ତି ବୁଝିସୁଝି ନିଜର ଟଙ୍କାକୁ ଲଗାନ୍ତିି । ତରବରିଆ ଭାବେ କୌଣସି କାମ କରନ୍ତି ନାହିଁ ।
ଧନୀ ବ୍ୟକ୍ତି ଅଧିକ ଲାଭ ପାଉଥିବା ଜାଗାରେ ଟଙ୍କାକୁ ଲଗାନ୍ତି । ଏମିତି ବ୍ୟବସାୟରେ ପଇସା ଲଗାନ୍ତି । ଯାହା ଭବିଷ୍ୟତରେ ଅଧିକ ହେବାର ସମ୍ଭାବନା ରହିଥାଏ ।
ଟଙ୍କାକୁ ଗୋଟିଏ ଜାଗା ନ ଲଗାଇ ବିଭିନ୍ନ ଜାଗାରେ ଲଗାଇଥାନ୍ତି । ସେମାନଙ୍କ ଲକ୍ଷ୍ୟ ସବୁବେଳେ ନୂଆ କାରବାର ଉପରେ ରହିଥାଏ ।
ଧନୀ ବ୍ୟକ୍ତି ସବୁବେଳେ ଟଙ୍କାକୁ କଳାକୃତି ଓ ବିଜ୍ଞାପନ କ୍ଷେତ୍ରରେ ଲଗାଇଥାନ୍ତି । ଯେଉଁଥିରେ ସେମାନଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ଲାଭ ମିଳିଥାଏ ।


